jayashree

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ

କଟକ, (କେପିଏନ୍‌ଏସ୍‌) : ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ତିନି ଗୋଟି ହରିଣ ଗାଁ ମୁହାଁ ହୋଇଥିବାର ଦେଖିବାକୁ ମିଳିଛି । ଘଟଣାରୁ ପ୍ରକାଶ ଯେ, କଟକ ସଦର ଥାନା ହରିଅନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିମଳ ମହୁରା ଗହୀରରେ ସକାଳୁ ସକାଳୁ ତିନିଗୋଟି ବଡ଼ ହରିଣ ବୁଲୁଥିବାର ଦେଖିବାକୁ ମିଳିଛି । ଲୋକେ ଏହାକୁ ଦେଖିବା ପାଇଁ ରୁଣ୍ଡ ହୋଇଯିବାରୁ ହରିଣ୍ୱାନେ ନିକଟସ୍ଥ ଜଙ୍ଗଲରେ ପଶିଯାଇଥିଲେ । ହରିଣମାନଙ୍କ ଜୀବନପ୍ରତି ବିପଦ ଥିବାରୁ କଟକ ସଦର ଥାନା ଓ ବନବିଭାଗକୁ ଖବର ଦିଆଯାଇଥିଲା । ବନ ବିଭାଗ ଅଧିକାରୀ ହରିଣ୍ୱାନଙ୍କର ଗତିବିଧିକୁ ତୀକ୍ଷ୍ଣ ନଜର ରଖିଛନ୍ତି । ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ଜାରି ରହିଥିବାରୁ ହରିଣ ଗୁଡିକ ପାଣି ପିଇବା ପାଇଁ ଗାଁମୁହାଁ ହୋଇଛନ୍ତି ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ଏହି ହରିଣ ଗୁଡିକ ପାଟ ସୁନ୍ଦର ପୁର ଆଡ଼େ ପଳାଇ ଯାଇଥିବା ସନ୍ଧେହ କରାଯାଉଛି । ଯଦି କୋଉଠି ଏମାନଙ୍କର ସୁରାକ ମିଳେ ତାହାହେଲେ ଲୋକାଲ ଥାନା କିମ୍ବା ବନ ବିଭାଗକୁ ଖବର ଦେବାପାଇଁ ବନ ବିଭାଗ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.