jayashree

ଜୟପାଟଣାରେ ଇଦ -ଉଲ ଜୋହା ପର୍ବ ପାଳିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସୁନ୍ନି ମୁସଲମାନ ଜୁମ୍ମା ମସଜିଦ ଠାରେ ପବିତ୍ର ବଳିଦାନର ଦିବସ ଇଦ -ଉଲ -ଜୋହା, (ବକ୍ରାଇଦ )ପର୍ବ ସମାରୋହର ସହ ପାଳିତ ହୋଇଯାଇଛି । ଅଂଚଳର ସମସ୍ତ ମୁସଲମାନ ଧର୍ମୀ ଭାଇମାନଙ୍କ ଉପସ୍ଥିତିରେ ସ୍ଥାନୀୟ ଜୁମ୍ମା ମସଜିଦ ଠାରେ ଜୁମ୍ମା ମସଜିଦର ପେସଇମାମ (ଧର୍ମ ଗୁରୁ )ମହମ୍ମଦ ସବୀର ଆଲମଙ୍କ ଦ୍ଵାରା ନମାଜ ପାଠ ହୋଇଥିଲା । ଲୋଭ, ମାୟା, କ୍ରୋଧ, ଅହଂକାରକୁ ଜଳାଞ୍ଜଳି ଦେଇ ଆଲ୍ଲାହାଙ୍କ ନିକଟରେ ଚରଣାଶ୍ରିତ ହେବା ଏହି ବକ୍ରାଇଦ ପର୍ବର ମୂଳ ଉଦ୍ଦେଶ୍ୟ । ମହାପୁରୁଷ ଇବ୍ରାହିମ ଅଲେହି ୱସଲମ ପଦାଙ୍କ ଅନୁଶରଣ କରି ଏହିଦିନ କୁରବାନୀ (ବଳିଦାନ )କରାଯିବାର ପ୍ରଥା ପବିତ୍ର କୋରାନ ଗ୍ରନ୍ଥରେ ଉଲ୍ଲେଖ ରହିଛି । ଏହା ପଦାଙ୍କକୁ ଅନୁଶରଣ କରି ପ୍ରତ୍ୟେକ ମୁସଲମାନ ଧର୍ମି ଆନନ୍ଦ ଉଲ୍ଲାସର ସହ ବକ୍ରାଇଦ ନମାଜ ପଠନ ପୂର୍ବକ ହାତକୁ ହାତ ମିଳେଇ ଇଦ ମୁବାରକ ଜଣେଇଥାନ୍ତି । ଚଳିତ ବର୍ଷ ଏକ ଭବ୍ୟ ସମାବେଶ ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ଇଦ -ଉଲ -ଜୋହା ପର୍ବ ପାଳିତ ହୋଇଯାଇଥିବା ଯୋଗୁଁ ଜୁମ୍ମା ମସଜିଦର ସଭାପତି ଯୁସୁଫ ଖାନ, ସମ୍ପାଦକ ନିବାସ ଅଲ୍ଲୀ, ଜବାର ଖାନ, ଫକୀର ଖାନ, ଜାକିର ଅଲ୍ଲୀ, ଆବେଶ ମହମ୍ମଦ, ଫିରୋଜ ଖାନ, ମେହେବୁବ ଅଲ୍ଲୀ, ସାମିର ଖାନ, ଫାରୁକ ମହମ୍ମଦ, ସଫି ମହମ୍ମଦ, ଅବଦୁଲ ହମିଦ ପ୍ରମୁଖ ଦେଶବାସୀଙ୍କ ସୁଖ ସମୃଦ୍ଧି ନିମନ୍ତେ ଆଲ୍ଲାହଙ୍କ ନିକଟରେ ଆଶୀର୍ବାଦ ଭିକ୍ଷା କରନ୍ତି ।

Leave A Reply

Your email address will not be published.