jsm

ବାଲିଗୁଡାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ

csstore

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ବିଜୁ ପଟ୍ଟନାୟକ ମିନିଷ୍ଟାଡିୟମ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ବାଲିଗୁଡ଼ା ବିଜେଡ଼ି ବ୍ଲକ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ଅଞ୍ଚଳର ବିଜୁପ୍ରେମୀମାନଙ୍କୁ ନେଇ ବିଜୁବାବୁଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ସଭା କାର୍ୟ୍ୟ ଆରମ୍ଭ କରାଯାଇଥିଲା । ଏହି ସମାରୋହରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ପୂର୍ବତନ ବିଧାୟକ ରାଜୀବ ପାତ୍ର, ସଭ୍ୟ କୃଷ୍ଣ ମୋହନ ପାଣିଗ୍ରାହୀ, ବାଲିଗୁଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷା ନନ୍ଦିନୀ ମଲିକ, ତୁମୁଡ଼ିବନ୍ଧ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ସାହୁ, ତୁମୁଡ଼ିବନ୍ଧ ବିଧାୟକ ପ୍ରତିନିଧି ଶ୍ୟାମସୁନ୍ଦର ବଡ଼ ସେଠ୍, କୋଟଗଡ଼ ବ୍ଲକ ଅଧକ୍ଷା ସାବିତ୍ରୀ ମଲିକ, କ.ନୂଆ ଗାଁ ବ୍ଲକ ସଭାପତି ତଥା ସାଂସଦ ପ୍ରତିନିଧି ବାସୁଦେବ ପଣ୍ଡା, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ବାଲିଗୁଡ଼ା ଯୁବ ନଗର ସଭାପତି ସୁଜିତ୍ କୁମାର ପାଳ, ପ୍ରମୁଖ କର୍ମୀ ବିଜୁ ବାବୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ବିସ୍ତୁତ ଆଲୋଚନା କରିବା ସହ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକଙ୍କ ସାହାସିକତା ଓ ଜଣେ ଧୁରୀଣ ରାଜନୈତିଜ୍ଞ ସମେତ ଭାରତ ପାଇଁ ତାଙ୍କରି ଅମୂଲ୍ୟ ଅବଦାନ ପାଇଁ ତାଙ୍କୁ ମରୋଣତ୍ତର ଭାବେ ଭାରତ ରତ୍ନ ପୁରସ୍କାର ପ୍ରଦାନ ପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଥିଲେ । ଏହି ବୈଠକରେ ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ଗ୍ରାମ ପଞ୍ଚାୟତର ବହୁ କର୍ମୀ କଂଗ୍ରେସ ଛାଡି ବିଜେଡ଼ିରେ ଯୋଗଦେଇଥିଲେ ।

yuvodaya
Leave A Reply

Your email address will not be published.