csstore

ସଇଁତଲାରେ କଳସ ଶୋଭାଯାତ୍ରା ଓ ପ୍ରବଚନ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବିବିନା ରାଇସମିଲଠାରେ ଶିବ ମହାପୁରାଣ କଥା ପ୍ରବଚନ ଉପଲକ୍ଷେ କଳସ ଶୋଭାଯାତ୍ରା ଓ ପ୍ରବଚନ କଥା ଆରମ୍ଭ ହୋଇଯାଇଛି । ଏହି ଉତ୍ସବରେ ବୃନ୍ଦାବନ ଧାମରୁ ଆସିଥିବା ପ୍ରବକ୍ତା ବାଳ ସ୍ବାଧୀ ମାନସ ପୁତ୍ରୀ ପୁଷ୍ପାଞ୍ଜଳି ଜୀ ଯୋଗଦେଇ ପ୍ରବଚନ ଦେବାର କାର୍ଯ୍ୟକ୍ରମ ରହିଛି । ଏଥିରେ କର୍ତ୍ତା ଭାବରେ ଆନନ୍ଦ କୁମାର ଅଗ୍ରୱାଲ ତାଙ୍କ ଧର୍ମ ପତ୍ନୀ ଉର୍ମିଳା ଅଗ୍ରୱାଲ ପୂଜା ଦାୟିତ୍ୱ ତୁଲାଇଥିଲେ । ଉକ୍ତ କଳସ ଶୋଭାଯାତ୍ରାରେ ଅର୍ଜୁନଲାଲ ଅଗ୍ରୱାଲ, ଭୀମ ଅଗ୍ରୱାଲ, ରାଜା ଅଗ୍ରୱାଲ, ତୁଳସୀ ଅଗ୍ରୱାଲ, ସନ୍ତୋଷ ଅଗ୍ରୱାଲ, ଗଜାନନ୍ଦ ଅଗ୍ରୱାଲ, କପିଳ ଅଗ୍ରୱାଲ, ବାବୁଲା ଅଗ୍ରୱାଲ, ହଂସୁ ଅଗ୍ରୱାଲ, ପବନ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ବାଦଲ ଅଗ୍ରୱାଲଙ୍କ ସମେତ ଗୋଏଲ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ଉକ୍ତ ପ୍ରବଚନ କାର୍ଯ୍ୟକ୍ରମ ୭ ଦିନ ଧରି ଚାଲିବ । ପ୍ରତିଦିନ ଅପରାହ୍ନ ୩ ଘଣ୍ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୬ ତାରିଖ ଦିନ ପୂର୍ଣ୍ଣିହୁତି ହେବ ବୋଲି ଜଣାପଡିଛି ।

jayashree
Leave A Reply

Your email address will not be published.