csstore

ଡ଼ଙ୍ଗାବାହାଲରେ ନୂଆଁଖାଇ ଭେଟ୍‌ଘାଟ୍‌

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡ଼ା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଡ଼ଙ୍ଗାବାହାଲ ଗ୍ରାମଠାରେ ବିଶ୍ୱାବସୁ ଶବର ସମାଜ ଆନୁକୂଲ୍ୟରେ ଏକ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସଭାପତି ସତ୍ୟନାରାୟଣ ଭୋଇ ଯୋଗଦେଇ ନୂଆଁଖାଇ ମାଟି ମା’ର ପର୍ବ ଆଦିବାସୀ ଏ ମାଟିର ସନ୍ତାନ ପ୍ରକୃତିର ପୂଜକ ନିଜର ପ୍ରଥମ ଅମଳ ଫସଲକୁ ନିଜର ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରି ନବାନ୍ନ ଭକ୍ଷଣ କରିଥାଏ ବୋଲି ମତ ପୋଷଣ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସମିତି ସଭ୍ୟ ଚନ୍ଦୁଲାଲ ଭୋଇ, ବଳଦେବ ଭୋଇ, ପାଳେଶ୍ୱର ଭୋଇ, ବସନ୍ତ ନାଗ, ନାରାୟଣ ଭୋଇ, ଜଗନ୍ନାଥ ଭୋଇ ପ୍ରମୁଖ ଯୋଗଦେଇ ନୂଆଁଖାଇ ଆମର କଳା ସଂସ୍କୃତି, ପରମ୍ପରା, ଭାଷା, ରୀତିନୀତି ଭାବାବେଗ ସହିତ ଜଡିତ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ଉପଖଣ୍ଡ ସଭାପତି ଦଶରଥ ଭୋଇ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଦିବାକର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଠାକୁର ଭୋଇ, ପ୍ରଫୁଲ ତୁମନିଆ, ପୂର୍ଣ ଶବର ସାରଥୀ ବାଗ ଓ ଅକୃର ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.