csstore

ପିପିଏଲ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ କେଭିଡ୍‌ ସାମଗ୍ରୀ ପ୍ରଦାନ

ପାରାଦୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପାରାଦୀପ ଫସ୍‌ଫେଟସ୍‌ ଲିମିଟେଡ୍‌ ପକ୍ଷରୁ କୁଜଙ୍ଗ ବ୍ଲକ୍‌କୁ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ସଲ୍ୟୁସନ, ହାଣ୍ଡ ସାନିଟାଇଜର, ପିପିଇ କିଟ୍‌, ଥର୍ମାଲ ସ୍କାନର, ପଲସ୍‌ ଅକ୍ସିମିଟର ଏନ୍‌-୯୫ ମାସ୍କ, ୟୁପିଏସ୍‌ ଓ ବ୍ୟାଟେରୀ ପ୍ରଦାନ କରାଯାଇଛି । କୁଜଙ୍ଗ ମଣ୍ଡଳ ଉନ୍ନୟନ ଅଧିକାରୀ ଅମୀୟ କୁମାର ପଣ୍ଡାଙ୍କୁ ଅଢେଇ ଲକ୍ଷ ଟଙ୍‌ଙ୍କା ମୂଲ୍ୟର ସାମଗ୍ରୀ ପିପିଏଲର ସିଏସ୍‌ଆର ପ୍ରବନ୍ଧକ ସୌମ୍ୟଶ୍ରୀ ଓମପ୍ରକାଶ ସାହୁ ହସ୍ତାନ୍ତରିତ କରିଥିଲେ । କୁଜଙ୍ଗ ବ୍ଲକ୍‌ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ରୋକିବାରେ ଏହା ସହାୟକ ହେବ ବୋଲି ପିପିଏଲର କର୍ପୋରେଟ୍‌ ଆଫେୟାର୍ସ ମୁଖ୍ୟ ସୁଧି ରଂଜନ ମିଶ୍ର ଜଣାଇଛନ୍ତି । ପ୍ରକାଶ ଥାଉକି, ପାରାଦୀପରେ ଶିଳ୍ପ କରିଥିବା ଏହିସଂସ୍ଥା ପାରାଦୀପର ସହରାଞ୍ଚଳ, ବସ୍ତି ଅଂଚଳରେ କରୋନା ମହାମାରୀକୁ ରୋକିବାରେ ସହର ସାନିଟାଇଜ୍‌ କରିବା ଜନସାଧାରଣଙ୍କୁ ସଚେତନ କରିବା କିମ୍ବା ମାସ୍କ ବଣ୍ଟନ କରିବା ପ୍ରଥମ ଳହର କି ଦ୍ୱିତୀୟ ଲହରରେ ପିପିଏଲର କୌଣସି ଭୂମିକା ଦେଖିବାକୁ ମିଳିନାହିଁ ।

jayashree
Leave A Reply

Your email address will not be published.