ମ.ରାମପୁର ସହର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟ କାର୍ଡ ଚିଠି

ମ.ରାମପୁର, (ହେମନ୍ତ ସାହୁ) : ଆଜିକୁ ପ୍ରାୟ ୨୬ ବର୍ଷରୁ ଅଧିକ ହେବ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ରାଜସ୍ଵ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ ପାଇଁ ଦାବୀ ହୋଇଆସୁଛି । ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଦାବୀ ହେଉଛି । ଏହାପରେ ବ୍ଲକର ଆଇନଜୀବୀ, ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ରାଜସ୍ଵ ଉପଖଣ୍ଡ ମାନ୍ୟତା ମିଳିତ ମଞ୍ଚ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହାପରେ ଗତ କିଛି ଦିନ ତଳେ ଉକ୍ତ ସମସ୍ୟାକୁ ନେଇ ମ.ରାମପୁର ସହରକୁ ୧୨ ଘଣ୍ଟିଆ ବନ୍ଦ ଡାକରା ମଧ୍ୟ ଦେଇଥିବା ଦେଖାଯାଇଥିଲା । ଭୌଗଳିକ ଦୃଷ୍ଟିକୋଣରୁ ବିଚାରକୁ ନେଲେ ମ.ରାମପୁର ବ୍ଳକଟି ପଡୋଶୀ ବଲାଙ୍ଗିର ଓ କନ୍ଧମାଲ ଜିଲ୍ଲାର ସୀମାନ୍ତବର୍ତ୍ତିରେ ଅବସ୍ଥିତ ଓ ନର୍ଲା ଏବଂ କର୍ଲାମୁଣ୍ଡା ବ୍ଲକର ମଧ୍ୟସ୍ଥଳୀ ଓ ଏଠାରେ ଜେଏମଏଫସି କୋର୍ଟ, ସିଭିଲ କୋର୍ଟ ସବଜେଲ୍, ସବ୍ ଟ୍ରେଜେରି, ଯୋଗାଣ କାର୍ଯ୍ୟାଳୟ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ତଥା ରାଜସ୍ୱ ସବ୍‌ଡ଼ିଭିଜନ ପାଇଁ ଅନେକ କାର୍ଯ୍ୟାଳୟ ଓ ଉପଯୋଗୀ ଜାଗା ରହିଛି । ଏଣୁ ରାଜ୍ୟ ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଜନ ସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବେ ବୋଲି ଆଶା କରାଯାଉଛି । କିନ୍ତୁ ଏହାରି ଭିତରେ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆଜି ଏହି ଆନ୍ଦୋଳନର ସକ୍ରିୟ ସଦସ୍ୟ ପ୍ରକାଶ ମାଝୀଙ୍କ ନେତୃତ୍ଵରେ ରାଜସ୍ଵ ଉପଖଣ୍ଡ ଉଦ୍ଧେଶିତ ଆଦିବାସୀ ସଂଗ୍ରାମ ମଞ୍ଚ ଓ ୩ ଗୋଟି ବ୍ଲକର ସଚେତନ ଜନସାଧାରଣଙ୍କ ମିଳିତ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲକ୍ଷାଧିକ ପୋଷ୍ଟ କାର୍ଡଗୁଡ଼ିକୁ ଅଞ୍ଚଳର ଜନତାଙ୍କ ପକ୍ଷରୁ ପଠେଇବାର ପ୍ରକ୍ରିୟାକୁ ଆଜି ମ.ରାମପୁର ଅଞ୍ଚଳରୁ ଶୁଭାରମ୍ଭ କରାଯାଇଛି । ଏହା ସମସ୍ତ ପଞ୍ଚାୟତରେ ମଧ୍ୟ ଚାଲୁରହିବା ନେଇ ସୂଚନା ରହିଛି । ଏଥିରେ ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ମହାଖୁଡ, ଗଙ୍ଗାଧର ପ୍ରହରାଜ, ଧୋବା ପନ୍ଦର, ରାଜୁ ମାଝୀ, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ରଞ୍ଜନ ପ୍ରହରାଜ, ଲୋଚନ ଧାରୁଆ, ବିଶ୍ୱଜିତ୍ ଚାଟାର୍ଜୀ, ଧନୂର୍ଯ୍ୟ ମହାରଣା, ଗଜେନ୍ଦ୍ର ଗହିର, ଲବିର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × 1 =