ଖାଉଟି ପକ୍ଷରେ ପିପି ଏକାଡେମୀ ଛାତ୍ରମାନଙ୍କୁ ଖାଉଟି ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖାଉଟି ସଚେତନତା ପକ୍ଷ ପାଳନ ଅବସରରେ ଆଜି ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀର ଅଷ୍ଟମ ଓ ଦଶମ ଶ୍ରେଣୀ ଛାତ୍ରମାନଙ୍କୁ ନେଇ ଗ୍ରାହକ ସଚେତନତା ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗ୍ରାହକ ପଞ୍ଚାୟତର ଓଡିଶା ପଶ୍ଚିମ ଉପସଭାପତି ଶଶିଭୂଷଣ ପୁରୋହିତ ଛାତ୍ରମାନଙ୍କୁ ଖାଉଟି କଲ୍ୟାଣ ଯୋଜନାରେ ଥିବା ବ୍ୟବସ୍ଥା ସଂପର୍କରେ ବିଷଦ ଆଲୋଚନା କରିବା ସହ ଆଇନର ବ୍ୟବସ୍ଥା ତଥା ଏହାର ଉପଯୋଗ ସଂପର୍କରେ କହିଥିଲେ । ସଭାପତି ଶ୍ରୀ ଶତପଥି ଛାତ୍ରମାନଙ୍କୁ ଖାଉଟିର ସବୁ ଦିନ ସମନା କରୁଥିବା ଛୋଟ ଛୋଟ ସମସ୍ୟାର ସାମାଧାନ ଓ ଠକାମିରୁ ବର୍ତ୍ତିବା ପାଇଁ ସଚେତନତା ଉପରେ କହିଥିଲେ । ରାଜ୍ୟ ପ୍ରଚାର ପ୍ରସାଦ ପ୍ରମୁଖ ଇଂ. କିଶୋର ମୋହନ ମିଶ୍ର ଖାଉଟି ସମସ୍ୟା ଦୂରୀକରଣ ଓ ସଚେତନତା ଦିଗରେ ଗ୍ରାହକ ପଂଚାୟତ ନେଇଥିବା କାର୍ଯ୍ୟର ପଦକ୍ଷେପର ବିବରଣୀ ପ୍ରଦାନ ସହ ଆମେ କିପରି ଆମ କାମ ହାସଲ କରିପାରିବା ତାର ଉପାୟ କହିଥିଲେ । ଆରମ୍ଭରେ ଶିକ୍ଷକ ସୁନିଲ କୁମାର ବେହେରା ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମ ସଂପର୍କରେ ପ୍ରାକ୍‌ ସୂଚନା ଦେଇଥିଲେ । ସ୍କୁଲର ହେଡ ମାଷ୍ଟର ସିନୁ ସୁନ୍ଦର ପାଢୀ ତାଙ୍କର ବକ୍ତବ୍ୟରେ ପିଲାଙ୍କୁ ତାଙ୍କ ପାଇଁ ସଚେତନତା କାହିଁକି ଉପଯୋଗୀ ତା’ ଉପରେ କହିବା ସହ ଜ୍ଞାନ ଅର୍ଜନ ପାଇଁ ଜାଣିବାକୁ ମନଧ୍ୟାନ ଦେଲେ ଦୈନନ୍ଦିନ ଜୀବନରେ ତାହା ଉପଯୋଗୀ ହେବ ବୋଲି କହିଥିଲେ । ଶେଷରେ ସ୍କୁଲର ଶିକ୍ଷୟିତ୍ରୀ ଅଂଶୁକା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବରୁ ଭାରତମାତା ଓ ସ୍ୱାମୀ ବିବେକାନନ୍ଦଙ୍କ ପୂଜନ କରାଯାଇଥିଲା ।

Leave A Reply

Your email address will not be published.

fourteen + 17 =