କରାଟେ ଝିଅ ଅଙ୍କିତା ପାଇଲେ ପ୍ରତିଭା ସମ୍ମାନ

ବଲାଙ୍ଗିର, (କେପପିଏନ୍‌ଏସ୍‌) : ଓଡିଆ ଦୈନିକ କାଗଜ ପ୍ରତିକାର ୧୫ତମ ସ୍ୱନକ୍ଷତ୍ର ଉତ୍ସବ ଭୁବନେଶ୍ୱରର ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ବିଧାୟକ ବଡମ୍ବା ଦେବି ପ୍ରସାଦ ମିଶ୍ର ଯୋଗ ଦେଇ ବିଭିନ୍ନ ସ୍ତରରେ ନାମ ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ପ୍ରତିଭା ସମ୍ମାନରେ ସମ୍ମାନିତ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସିନିୟର କରାଟେକା ଅଙ୍କିତା ଦାଶ କରାଟେରେ ଉଚ୍ଚ ପାରଦର୍ଶିତା ହାସଲ କରିଥିବାରୁ ତାଙ୍କୁ କ୍ରୀଡା କ୍ଷେତ୍ରରେ ପ୍ରତିଭା ସମ୍ମାନ ୨୦୨୧ରେ ମୁଖ୍ୟ ଅତିଥି ଶ୍ରୀ ମିଶ୍ର ସମ୍ମାନିତ କରିଥିଲେ । ଏହି ଅବସରରେ ଅଙ୍କିତା ତାଙ୍କ ସଫଳତାର ସମସ୍ତ ଶ୍ରେୟ କୋଚ ତଥା ଅନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଅସିମ କୁମାର ଭୋଇଙ୍କୁ ଦେଇଛନ୍ତି । ପ୍ରକାଶ ଥାଉକି ସ୍ଥାନୀୟ ରେଲୱେ ଷ୍ଟେସନ ଛକରେ ଥିବା କରାଟେ ସ୍କୁଲରେ କୋଚ ଅସିମ ଭୋଇଙ୍କଠାରେ ଗତ ଚାରି ବର୍ଷ ହେଲା ଅଙ୍କିତା କରାଟେ ପ୍ରଶିକ୍ଷଣ ନେଉଛନ୍ତି ।

Leave A Reply

Your email address will not be published.

3 × 1 =