
ବଲାଙ୍ଗିର, (କେପିଏନ୍ଏସ୍) : ନଭେମ୍ବର ୧ ବଲାଙ୍ଗିର ଦିନ୍ । ଆଜିର ଦିନରେ ୧୯୪୯ ମସିହାରେ ବଲାଙ୍ଗିର ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଥିଲା । ତେଣୁକରି ବଲାଙ୍ଗିର ଜିଲ୍ଲା ଗଠନର ଅସ୍ମିତା ଓ ସ୍ୱାଭିମାନକୁ ନେଇ ନଭେମ୍ବର ୧ ତାରିଖକୁ ବଲାଙ୍ଗିର ଦିନ୍ ଭାବରେ ପାଳନ କରାଯାଉଛି । ଆଜି ବଲାଙ୍ଗିର ଦିନ୍ ଆୟୋଜକ କମିଟି ପକ୍ଷରୁ ଏହାକୁ ଧୁମ୍ଧାମ୍ରେ ପାଳନ କରାଯାଇଛି । ସେଥିପାଇଁ ଦିନବେଳା ସହରରେ ଏକ ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା କରାଯାଇଛି । ଦିନ ୧୧ଟା ବେଳେ ସ୍ଥାନୀୟ କୋଶଳ କଳା ମଣ୍ଡଳ ପଡିଆଠାରୁ ଆୟୋଜକ କମିଟିର କର୍ମକର୍ତ୍ତା, ସଦସ୍ୟ/ସଦସ୍ୟା, କଳାକାର ତଥା ଜନସାଧାରଣଙ୍କୁ ନେଇ ବାଜାଗଜା ବଜାଇ ଶୋଭାଯାତ୍ରା କରାଯାଇଛି । ଶୋଭାଯାତ୍ରା କୋଶଳ କଳା ମଣ୍ଡଳ ପଡିଆଠାରୁ ବାହାରିଥିବା ଶୋଭାଯାତ୍ରାକୁ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ବାଘ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବଲ୍ଲଭ ଧରୁଆ, ପୌରାଧ୍ୟକ୍ଷା ଲିକା ସାହୁ, ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଘ, ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା ଯୋଗଦାନ କରିଥିଲେ । ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, ଅର୍ଥ କମିଟିର ଅଧ୍ୟକ୍ଷ କିଶୋର କୁମାର ରଥ, ସଂଯୋଜକ ସରିତା ଦାସ, ଗୌରଚନ୍ଦ୍ର ପୁରୋହିତ, ପ୍ରତାପ ରଥ, ବିଧୂଭୂଷଣ ତ୍ରିପାଠୀ, ଲୋଟସ ଷଢଙ୍ଗୀ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସୋମନାଥ ମିଶ୍ର, ବିନୋଦ କାଲସାଏ, ଗୋବିନ୍ଦ ଶତପଥି, ଗୋପାଳ ପଧାନ, ବିକାଶ ସା, ରାମ ଦାସ, ସଂଜୀବ ସାହୁ, ଅଭିଲାଷ ଦାସ, ସାଗରିକା ଗୁରୁ, ସଂଗୀତା ଦାସ, ସତ୍ୟନାରାୟଣ ହୋତା ପ୍ରମୁଖଙ୍କ ସହିତ ଶହ ଶହ ସଂଖ୍ୟାରେ କଳାକାର, ଜେନ-ଜିମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା କୋଶଳ କଳା ମଣ୍ଡଳ ପଡିଆ ଠାରୁ ବାହାରି ପିପି ଏକାଡେମୀ ଛକ, ଟିକ୍ରାପଡା ଛକ, ଦୈନିକ ବଜାର ରାସ୍ତା ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲା । ସେଠାରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ପାଟଣେଶ୍ୱରୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା ପରେ ପାଟଣାଛକ, ମୁଖ୍ୟବଜାର, ପୁରୁଣା ବସଷ୍ଟାଣ୍ଡ, କଚେରୀ ଛକ ଦେଇ ପୁଣି କଳା ମଣ୍ଡଳ ପଡିଆରେ ପହଞ୍ଚିଥିଲା । କଳା ମଣ୍ଡଳରେ ମଞ୍ଚପୂଜା କରାଯାଇଥିଲା । ସାଂସ୍କୃତିକ ଶୋଭାଯାତ୍ରାରେ ବାଦ୍ୟର ତାଳେ ତାଳେ ଜେନ-ଜିମାନେ ଧୂମ୍ ନାଚିଥିଲେ । ଦୁଲଦୁଲି, ଘଣ୍ଟବାଦ୍ୟ, କିର୍ତ୍ତନ୍ୟ ପାର୍ଟିର ନାଚରେ ସହର କମ୍ପିଉଠିଥିଲା । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁରାମ ନାୟକ, ମହେନ୍ଦ୍ର ବାଗ, ଗୋଲାପ ବାଗ, ନୀହାରିକା ମିଶ୍ର, ସୁରେଶ ମିଶ୍ର, ଜୟକୃଷ୍ଣ ମିଶ୍ର, ବୀରେନ୍ଦ୍ର ପାଣ୍ଡେ, ରଶ୍ମିତା ପାତ୍ର, ସଂଜଳି ଶତପଥି, ପୌରପାଳିକାର ସମସ୍ତ କାଉନସିଲର, ଅନୁପମା ମିଶ୍ର, ଋତୁରାଜ ପଧାନ, ସୁବ୍ରତ ସାହୁଙ୍କ ସମେତ ଶତାଧିକ ପୁରୁଷ/ମହିଳା ସାମିଲ ହୋଇଥିଲେ ।