jayashree

ଷାଠିଏ ଘର ଡୁମାଲ ସମାଜ, ମୁରିବାହାଲ କେନ୍ଦ୍ରର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ପ୍ରସିଦ୍ଧ ମାହେଶ୍ୱରୀ ମନ୍ଦିର ପରିସରରେ ଷାଠିଏ ଘର ଡୁମାଲ ସମାଜ, ମୁରିବାହାଲ କେନ୍ଦ୍ରର ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ବୈଠକ ସଭାପତି ପ୍ରଫୁଲ୍ଲ କୁମାର ବଘାରଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବର୍ଷାଋତୁ, ନୂଆଁଖାଇ ଓ ଦଶହରା ପର୍ବର ଦୀର୍ଘ ବିରତି ପରେ ଷାଠିଏ ଘର ଡୁମାଲ ସମାଜ, ଜିଲ୍ଲା କମିଟିଙ୍କ ନିର୍ଦ୍ଦେଶ କ୍ରମେ ଏହି ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟତଃ କେନ୍ଦ୍ର ଅନ୍ତର୍ଗତ କୁମ୍ଭାରୀ ଓ ବାରବନ୍ଧ ଗ୍ରାମରେ ଗଠିତ ଗ୍ରାମ୍ୟ କମିଟି ଭଳି କେନ୍ଦ୍ରର ଅନ୍ୟ ସମସ୍ତ ଗ୍ରାମର ଗ୍ରାମ୍ୟ କମିଟି ତୁରନ୍ତ ଗଠନ, ସାମାଜିକ ଏକତା ପାଇଁ ଗୋଟିଏ ଗାଁ ଗୋଟିଏ ପଙ୍ଗତରେ ମିଳିମିଶି ଚଳିବା, ପରିବାର ସର୍ଭେ, ବିବାହ ପଞ୍ଜିକରଣ ସହ କେନ୍ଦ୍ରକୁ ଆସିଥିବା ଅନ୍ୟାନ୍ୟ ସାମାଜିକ ଲିଖିତ ଅଭିଯୋଗ ବିଷୟରେ ମଧ୍ୟ ସମ୍ପୂର୍ଣ୍ଣ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ଆଗତ କରାଯାଇଥିଲା । ଏହା ସହିତ ସମାଜର ମୁରିବାହାଲ ବ୍ଲକସ୍ତରୀୟ ଏକ ଡୁମାଲ ଭବନ ନିର୍ମାଣ ପାଇଁ ବ୍ଲକର ଅନ୍ୟ ଦୁଇ କେନ୍ଦ୍ର ଦନ୍ଦରା ଓ କର୍ଲା କେନ୍ଦ୍ର ସହ ଆଲୋଚନା କରି ନିଷ୍ପତ୍ତି ନେବା ପାଇଁ ମୁରିବାହାଲ କେନ୍ଦ୍ର କମିଟିକୁ ଦାୟିତ୍ୱ ଦିଆଯାଇଥିଲା । ଏହି ବୈଠକରେ ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ବୁଦ୍ଧଦେବ ମହାକୁର, କେନ୍ଦ୍ର ଉପସଭାପତି ବାସୁଦେବ ପଧାନ, କୋଷାଧ୍ୟକ୍ଷ ଦେବରାଜ ପଧାନ, ସାଂଗଠନିକ ସମ୍ପାଦକ ଅଭିମନ୍ୟୁ ପଧାନ, ସହସମ୍ପାଦକ ଦେବରାଜ ପାତ୍ର, ଗଜପତି ପଧାନ, ଉପଦେଷ୍ଟା ଶ୍ରୀମୁଖ ବଘାର, ବ୍ରଜମୋହନ ମହାକୁର, ପୀତାମ୍ୱର ବଘାର, ଦୁଃଶାସନ ବଘାର, ମଦନ ଥାଟି, ରାଧେଶ୍ୟାମ ପଧାନ, ଭିକାରୀ ପାତ୍ର, ମକୁନ୍ଦ ପଧାନ, ଉପେନ୍ଦ୍ର କର୍ମୀଙ୍କ ସହ ଫକିର ପଧାନ, ଭୀମସେନ ପଧାନ, ଯାଦବ କଲତା, ଗାନ୍ଧିଲାଲ ମହାକୁର, ସିଦ୍ଧେଶ୍ୱର କମ୍ପ, ସୁରେଶ ମହାକୁର, ରଙ୍ଗ ଥାଟି, ନରୋତ୍ତମ ପଧାନ, କୁମ୍ଭାରୀ ଓ ବାରବନ୍ଧ ଗ୍ରାମର ଗ୍ରାମ୍ୟ କମିଟି ସଦସ୍ୟ, କେନ୍ଦ୍ର ଅନ୍ତର୍ଗତ ସମସ୍ତ ଗ୍ରାମର ଡୁମାଳ ସମାଜର ବ୍ୟକ୍ତିବିଶେଷ ଯୋଗଦେଇ ସମାଜକୁ ଅଧିକ ସୁଦୃଢ଼ ଓ ସଂଗଠିତ କରିବା ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମୁରିବାହାଲ କେନ୍ଦ୍ର ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର କାର୍ଯ୍ୟକ୍ରମ ସଂଯୋଜନା ଓ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.