pakka

ପୋଷାକ ବିତରଣ ଉତ୍ସବ

kalikesh

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସରକାରୀ ଉର୍ଦ୍ଦୁ ପ୍ରାଥମିକ ବିଦ୍ୟାଳୟରେ ନୂତନ ସରକାରୀ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ବଶୀ ଦାଶ ଏବଂ ଶିକ୍ଷକ ଏମ୍‌ଡି ମୋହିବଙ୍କ ତତ୍ତ୍ୱାବଧାନରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଆରଭି କ୍ଲଷ୍ଟରର ସିଆର୍‌ସିସି ମନୋଜ କୁମାର ମିଶ୍ର ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥିଙ୍କ କରକମଳରେ ପୋଷାକ ଗୁଡିକ ଛାତ୍ରଛାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁବ୍ ଆନନ୍ଦ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଦ୍ୟାଳୟ କମିଟିର ସଭାପତି ଇଫତ୍ ପରବୀନ ଏବଂ ବହୁ ସଭ୍ୟ ସଭ୍ୟା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

pp
Leave A Reply

Your email address will not be published.

three × five =