pakka

ରାଉରକେଲା ପୋଲିସ କବଜାରେ ଦୁର୍ଦାନ୍ତ ପିଏଲ୍‌ଏଫ୍‌ଆଇ ଜୋନାଲ କମାଣ୍ଡର ଅର୍ଜୁନ ରାଣା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଦୀର୍ଘ ଦିନ ଧରି ଲୋକଙ୍କୁ ଡ଼ରାଇ ବଟି ଓ ଅପହରଣ ଆଦି ଘଟଣା ଘଟାଉଥିବା ଅଭିଯୋଗ ଆଧାରରେ ସୁଦୂର ଆସାମରୁ ଅର୍ଜୁନକୁ ରାଉରକେଲା ପୋଲିସ ଗିରଫ କରିଥିବା ବେଳେ ତା’ ନିକଟରୁ ଏକ ସେମି ଅଟୋମେଟିକ ବନ୍ଧୁକ ଓ ୫ଟି ଗୁଳି ଜବତ କରିଥିବା ଜଣାପଡିଛି । ଏହା ପୂର୍ବରୁ ରାଉରକେଲା ରଘୁନାଥ ପଲ୍ଲୀ ଥାନା କେସ ନମ୍ବର ୧୭୯ ତା. ୧୦/୧୦/୨୦୨୧ ୟୁ/ଏସ୍‌ ୩୪୧/୩୨୩/୩୫୩ ଆଇପିସି ସେକ୍ସନ ୨୫(୧)ଏ/୨୭(୨) ଆର୍ମ ଏକ୍ଟ୍ । ଏହି ସମୟରେ ଅମିତ୍ କୁମାର ସାହୁଙ୍କ ସହିତ ଦୁଇଜଣ ୩ ଲୋକାଲ ମେଡ ୭ଏମ୍‌ଏମ୍‌ ପିଷ୍ଟଲ ସହ ଅରେଷ୍ଟ ହୋଇ ଜେଲ ଫରୱାର୍ଡ ହୋଇଥିଲେ । କିଛି ମାସ ବ୍ୟବଧାନ ପରେ ରାଉରକେଲା ଓ ନିକଟସ୍ଥ ଅଞ୍ଚଳର ବ୍ୟବସାୟୀମାନଙ୍କୁ ଟାର୍ଗେଟ କରି ସେମାନଙ୍କୁ ବିଭିନ୍ନ ପ୍ରକାର ଭିଡିଓ ଦେଖାଇ ଡ଼ରାଇବା ସହିତ ଜୋର ଜବରଦସ୍ତ ବଟି ମାଗିବା ନେଇ ଅର୍ଜୁନଙ୍କ ବିରୁଦ୍ଧରେ ରହିଥିଲା ଅନେକ ଅଭିଯୋଗ । ଏକାଧିକ ଅପରାଧରେ ସଂଶ୍ଲିଷ୍ଟ ଥିବା କୁଖ୍ୟାତ ପିଏଲ୍‌ଏଫ୍‌ଆଇ ଦିନେଶ ଗୋପର ସହଯୋଗୀ ଭାବେ ଅର୍ଜୁନ ରାଣା ରାଉରକେଲା ଓ ସୁନ୍ଦରଗଡ଼ ପୋଲିସର ମୋଷ୍ଟ ୱାନଟେଡ଼ ଅପରାଧୀ ଭାବେ ରହିଥିବା ବେଳେ, ପୂର୍ବରୁ ତା’ର ସହଯୋଗୀଙ୍କୁ ଗିରଫ କରାଯାଇଥିଲା । ଅନ୍ୟାନ୍ୟ ସମ୍ପୃକ୍ତି ନେଇ ଅଧିକ ତଦନ୍ତ ଜାରି ରହିଥିବା ସହ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ଯଥାଶୀଘ୍ର ଧରାଯିବ ବୋଲି କହିଛନ୍ତି ରାଉରକେଲା ଏସ୍‌ପି ।

jay balangir
Leave A Reply

Your email address will not be published.

eleven − 6 =