ଚେକିଂ ସମୟରେ କାର୍‌ରୁ ଦେଢ଼ ଲକ୍ଷ ଟଙ୍କା ଜବତ କଲା ପୋଲିସ

ଭୁବନେଶ୍ଵର : ନିର୍ବାଚନ ବେଳେ ଚାଲିଛି ଜୋର୍‌ଦାର୍‌ ଧରପଗଡ଼ । ଭୁବନେଶ୍ଵରରେ ଚାଲିଛି ବ୍ଲକିଂ ଓ ଚେକିଂ । ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ଵାବଧାନରେ ଚାଲିଛି ମାରାଥନ୍ ଚେକିଂ । ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ଵର ସ୍ଥିତ ଲକ୍ଷ୍ମୀସାଗର ଥାନା ଫାଲକନ୍ ଛକରେ ଚେକିଂ ବେଳେ କାର୍‌ରୁ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । କାର୍‌ରେ ଥିବା ବ୍ୟକ୍ତି ଜଣକ ସନ୍ତୋଷ ଜନକ ବୋଲି ଜଣାପଡିଛି । ଉତ୍ତର ନ‌ଦେବାରୁ ନଗଦ ଦେଢ଼ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ସ୍ଥାନୀୟ ଏକ ବାର୍‌ରୁ ବ୍ୟବସାୟ ସାରି ନଗଦ ଟଙ୍କା ସହ ଘରକୁ ଫେରୁଥିଲେ । ପୂର୍ବରୁ ଚନ୍ଦ୍ରଶେଖରପୁର,ଏୟାରପୋର୍ଟ ଥାନା ଅଞ୍ଚଳରୁ ଗାଡ଼ି ଭିତରୁ ଟଙ୍କା ଧରା ହୋଇଥିବା ବେଳେ ନନ୍ଦନକାନନ ଥାନା ଅଞ୍ଚଳରେ ଦୁଇ ଥର ଟଙ୍କା ଜବତ କରିଛି ପୋଲିସ ।

Leave A Reply

Your email address will not be published.