ବ୍ରାହ୍ମଣ ସମାଜ ପକ୍ଷରୁ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କୁ ପୋଡପିଠା ଲାଗି

csstore

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଜଗନ୍ନାଥ ସଂସ୍କୃତିରେ ରଥଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପ ଜନ୍ମବେଦୀରେ ଥିବା ସମୟରେ ଗୁଣ୍ଡିଚା ମାଉସୀଙ୍କ ଦ୍ୱାରା ଶ୍ରୀଜୀଉ ମାନଙ୍କୁ ପୋଡପିଠା ଭୋଗ ଲାଗି କରାଯିବା ପରମ୍ପରା ରହିଛି । ବୁଧବାର ଆଡ଼ପ ମଣ୍ଡପରେ ଜଗନ୍ନାଥ ପର୍ଶୁରାମ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବା ବେଳେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜଗନ୍ନାଥଙ୍କୁ ୨୭ ଟି ପୋଡପିଠା ଓ ଛେନାପୋଡ ଭୋଗ ଲାଗି କରାଯାଇଛି । ବ୍ରାହ୍ମଣ ସମାଜ କଳାହାଣ୍ଡିର ମହିଳା ଶାଖା ପ୍ରଜ୍ଞା ବାହିନୀର ଭଉଣୀ ମାନେ ନିଜ ନିଜ ଘରେ ସୁଦ୍ଧପୁତ ଭାବରେ ଜଗନ୍ନାଥଙ୍କ ନିମନ୍ତେ ପୋଡପିଠା ତିଆରି କରି ବୁଧବାର ଦିନ ୧୧ ଟାରେ ମାଉସୀ ମନ୍ଦିର ପହଞ୍ଚିଥିଲେ । ଜଗନ୍ନାଥଙ୍କୁ ସମସ୍ତ ପୋଡପିଠା ଲାଗି କରିବା ପରେ ବ୍ରାହ୍ମଣ ସମାଜ ପକ୍ଷରୁ ମାଉସୀ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପ୍ରଜ୍ଞା ବାହିନୀର ଭଉଣୀ ମାନେ ପୋଡପିଠା ଭୋଗ ବଣ୍ଟନ କରିଥିଲେ । ଜଗନ୍ନାଥ ମହାପ୍ରଭୁଙ୍କ ମାଉସୀ ଭୂମିକାରେ ପୋଡପିଠା ତିଆରି କରି ଶ୍ରୀଜୀଉ ମାନଙ୍କୁ ଅର୍ପଣ କରିବା ସୌଭାଗ୍ୟ ପାଇ ଆମେ ନିଜକୁ ଧନ୍ୟ ମନେ କରୁୁଛୁ ଓ ପ୍ରତି ବର୍ଷ ରଥଯାତ୍ରା ଅବସରରେ ବ୍ରାହ୍ମଣ ସମାଜ କଳାହାଣ୍ଡି ପକ୍ଷରୁ ଜଗନ୍ନାଥଙ୍କୁ ପୋଡପିଠା ଭୋଗ ଲାଗି କରାଯିବ ବୋଲି ଭାବ ବିହ୍ୱଳ ହୋଇ ପ୍ରଜ୍ଞା ବାହିନୀର ଭଉଣୀ ମାନେ ପ୍ରକାଶ କରିଥିଲେ । ବ୍ରାହ୍ମଣ ସମାଜ କଳାହାଣ୍ଡିର ବରିଷ୍ଠ ଉପ ସଭାପତି ଗଜେନ୍ଦ୍ର ପ୍ରସାଦ ପାଢ଼ୀ, ସଂଗଠନ ସମ୍ପାଦକ ଭବେନ୍ଦ୍ର ପଣ୍ଡା, ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର, ସମ୍ପାଦକ ଉମେଶ ଚନ୍ଦ୍ର ପଣ୍ଡା, ପର୍ଶୁରାମ ସେନାର ଜିଲ୍ଲା ସଂଯୋଜକ ପ୍ରଶାନ୍ତ ଠାକୁର, ପ୍ରଜ୍ଞା ବାହିନୀର ଜିଲ୍ଲା ସଂଯୋଜିକା ସ୍ନେହଲତା ଷଡ଼ଙ୍ଗୀ, ଭବାନୀପାଟଣା ନଗର କମିଟି ସଭାପତି ସୁରେନ୍ଦ୍ର ନେଗୀ, ସମ୍ପାଦକ ଶେଷଦେବ ମିଶ୍ର ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପୋଡ଼ପିଠା ଲାଗି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

Leave A Reply

Your email address will not be published.