ମାଁ ସାହାଜୀ ଯୁବକ ସଂଘର ପୂର୍ବତନ ସମ୍ପାଦକଙ୍କ ପିତୃ ବିୟୋଗ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଁ ସାହାଜୀ ଯୁବକ ସଂଘର ପୂର୍ବତନ ସମ୍ପାଦକ ପରମାନନ୍ଦ ଛତ୍ରିଆଙ୍କ ପିତୃ ବିୟୋଗ ଘଟିଛି । କପିଲାଭଟା ଗାଁର କୀର୍ତ୍ତନ ଛତ୍ରିଆ(୬୮) ଦୀର୍ଘ ଦିନ ହେଲା ବିଭିନ୍ନ ରୋଗରେ ପୀଡିତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛି ଦିନ ହେଲା ସେ ଶଯ୍ୟାସାୟୀ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ତାଙ୍କ ବାସଭବନରେ ତାଙ୍କ ପରଲୋକ ହୋଇଯାଇଛି । ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କର ସମ୍ପର୍କୀୟ, ବନ୍ଧୁ ବାନ୍ଧବମାନେ ପହଂଚି ଶେଷ ଦର୍ଶନ କରିଥିଲେ । ସେ ଜଣେ ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ପୁଅ ପରମାନନ୍ଦ ଛତ୍ରିଆ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗ ରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.