ବିଜେଡି ପକ୍ଷରୁ କରୋନା ସମ୍ପର୍କରେ ଜନ ସଚେତନତା କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ ହଂସ) : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତର ବୁଢିପଦର ଗ୍ରାମରେ ବିଜେଡି ପକ୍ଷରୁ କରୋନା ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଯୁବ ବିଜେଡି ସମ୍ପାଦକ ଅଜିତ କୁମାର ଯୋଶୀଙ୍କ ନେତୃତ୍ୱରେ କରୋନା ସମ୍ପର୍କରେ ଲୋକମାନଙ୍କୁ ସଚେତନ କାର୍ଯ୍ୟକ୍ରମ ଏବଂ ମାସ୍କ ଓ ସାବୁନ ବଣ୍ଟନ କରିବା ସହିତ ଲୋକମାନଙ୍କୁ ବୁଝାଇଥିଲେ ଯେ ଟୀକା ନ ଆସିବା ପର୍ଯ୍ୟନ୍ତ ସାମାଜିକ ଦୂରତା, ବାରମ୍ବାର ହାତ ଧୋଇବା, ମାସ୍କ ହିଁ ଆମର ସୁରକ୍ଷା କବଚ ବୋଲି କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବ୍ଲକ ବିଜେଡି ସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ଉଦ୍ଧବ ବେହେରା, ବରିଷ୍ଠ ବିଜେଡି ନେତା ଉମାକାନ୍ତ ସାହୁ, ରେଣୁରଞ୍ଜନ ବାଗ, ଗୌରାଙ୍ଗ ମହାନନ୍ଦ, ବୁଟାସିଂ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବିଜେଡି କର୍ମୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.