pakka

ରାସ୍ତାରୁ ଉଠିଗଲାଣି ପିଚୁ, ତଥାପି ଚାଲିଛି ମରାମତି !

bbehera

ବଲାଙ୍ଗିର ସଦର, (ରାଜେଶ ଦଣ୍ଡାସନା) : ରାସ୍ତା ଉପରୁ ଉଠିଗଲାଣି ପିଚୁ, ତଥାପି ଚାଲିଛି ମରାମତି । ଏହା କି ପ୍ରକାର ରାସ୍ତାକାମ ବୋଲି ସାଧାରଣରେ ଆଲୋଚନା ଜୋର ଧରିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ତୁଷୁରାବାହାଲ ଗ୍ରାମ ପଞ୍ଚାୟତର ଜିରାଟମାଲ ଦେଇ ଯାଇଥିବା ଦଉପାଲିରୁ ରେଙ୍ଗ୍‌ଟାସିଲ ରାସ୍ତାରେ । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ସଂଗ୍ରହ କରାଯାଇଥିବା ଫଟୋଚିତ୍ରରେ ଏହି ରାସ୍ତାର ପିଚୁର ଅବସ୍ଥା କେତେ ଶୋଚନୀୟ ତାହା ସ୍ପଷ୍ଟ ଜଣାପଡୁଛି । ତେବେ ଏହି ରାସ୍ତାକୁ ନାମକୁ ମାତ୍ର ମରାମତି ଦର୍ଶାଇ ସରକାରୀ ଅର୍ଥ ହରିଲୁଟ କରାଯାଉଥିବା ମଧ୍ୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଅଞ୍ଚଳବାସୀଙ୍କ ସୁବିଧା ପାଇଁ ଉଚିତ୍‌ ପଦକ୍ଷେପ ନିଅନ୍ତୁ ବୋଲି ଦାବୀ ହେଉଛି ।

jay balangir
Leave A Reply

Your email address will not be published.

2 × 4 =