jsm

ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲକୁ ପରିଦର୍ଶନ କଲେ ପୌରାଧ୍ୟକ୍ଷା ଲିକା ସାହୁ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ସୁପରିଟେଣ୍ଡେଣ୍ଟ ଓ ବିଭିନ୍ନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ୱାର୍ଡକୁ ୱାର୍ଡ ବୁଲି ରୋଗୀମାନଙ୍କୁ ଦେଖା କରି ହସ୍‌ପିଟାଲର ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ନିର୍ଦ୍ଦେଶ ଦେଇଥିବା ବେଳେ ହସ୍‌ପିଟାଲର ସଫେଇ କାର୍ଯ୍ୟ ଓ ସ୍ତ୍ରୀ ପ୍ରସୂତି ବିଭାଗରେ ହେଉଥିବା ଟଙ୍କା କାରବାରର ଅଭିଯୋଗ ଶୁଣି ଅଧିକାରୀ ଓ ଷ୍ଟାଫ୍‌ ଏଟେଣ୍ଡରଙ୍କୁ ତାଗିଦ କରିଲେ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ।

ଅନ୍ୟପଟେ ରୋଗୀମାନଙ୍କ ସମ୍ପର୍କୀୟଙ୍କୁ ସଚେତନ ହୋଇ ଟଙ୍କା କାରବାରର ପର୍ଦାଫାସ କରି ଘଟଣାରେ ଜଡିତ ଥିବା ଅଧିକାରୀଙ୍କୁ ଲୋକଲୋଚନକୁ ଆଣିବାକୁ ଅନୁରୋଧ କରିଛନ୍ତି ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ । ଯେହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ବିଭାଗକୁ ୫ଟି ଅଧିନରେ ରଖି ଜନସାଧାରଣଙ୍କୁ ସୁବ୍ୟବସ୍ଥା ଯୋଗାଉଛନ୍ତି, ତଥାବି ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଅବହେଳାର ଶିକାର ହେଉଛନ୍ତି । ଏଥିପାଇଁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ କ୍ଷୋଭପ୍ରକାଶ କରିବା ସହ ଆଗାମୀ ଦିନରେ ବାରମ୍ବାର ପରିଦର୍ଶନ କରି ସମସ୍ୟାର ସମାଧାନ କରିବାକୁ ଗଣମାଧ୍ୟମ ଜରିଆରେ ପ୍ରକାଶ କରିଛନ୍ତି ।

yuvodaya
Leave A Reply

Your email address will not be published.