jsm

ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ସିନାପାଲି ସାମ୍ବାଦିକ ସଂଘ

csstore

ନୂଆପଡା, (ନିରାକାର ମେହେର) : ଜିଲ୍ଲା ସିନାପାଲି ବ୍ଲକ ସାମ୍ବାଦିକମାନଙ୍କ ବିରୁଦ୍ଧରେ ଜଣେ ଯୁବକ ସୋସିଆଲ ମିଡିଆରେ ଏକ ଅଶାଳୀନ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗରେ ସିନାପାଲି ସାମ୍ବାଦିକ ସଂଘ ଥାନାର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ସମ୍ପୃକ୍ତ ଯୁବକ ଜଣକ ସିନାପାଲି ଥାନା ହାତିବନ୍ଧା ନିବାସୀ ରୂପେଶ ମେହେର ବୋଲି ଜଣାପଡିଛି । ସୂଚନା ଅନୁସାରେ ସିନାପାଲିର ଜଣେ ଯୁବନେତା ସୋସିଆଲ ମିଡିଆରେ କୁସୁମଜୋର ଗ୍ରାମର ଏକ ଖବରକୁ ପ୍ରସାରଣ କରିଥିଲେ, ଉକ୍ତ ଖବର ପ୍ରସାରଣକୁ ନେଇ ହାତିବନ୍ଧା ଗ୍ରାମର ରୂପେଶ କୁମାର ମେହେର ପିତା ହୀରାଧର ମେହେର ଏକ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି, ଯଦ୍ୱାରା ସାମ୍ବାଦିକମାନଙ୍କ ସ୍ୱାଭିମାନ ଉପରେ ଆଞ୍ଚ ଆସୁଥିବା ନେଇ ସାମ୍ବାଦିକ ସଂଘ କ୍ଷୋଭ ପ୍ରକାଶ କରିଛନ୍ତି । ଯାହା ସମାଜ ପ୍ରତି ତଥା ସାମ୍ବାଦିକଙ୍କ ପ୍ରତି ଅଶୋଭନୀୟ ଅଟେ । ଏଣୁ ଏହାର ତଦନ୍ତ କରି ସମ୍ପୃକ୍ତ ଯୁବକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିନାପାଲି ଥାନାଧିକାରୀ ଡମ୍ବରୁଧର ପ୍ରଧାନଙ୍କୁ ସିନାପାଲି ସାମ୍ବାଦିକ ସଂଘ ଲିଖିତ ଅଭିଯୋଗ କରିଛି।

yuvodaya
Leave A Reply

Your email address will not be published.