ସମାଜସେବୀଙ୍କ ହସ୍ତକ୍ଷେପ ପରେ କ୍ଷୀରଦେଇ ପାଇଲେ ହୁଇଲ ଚେୟାର

ଭବାନୀପାଟଣା, (ପି. କେ. ସାହୁ) : ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ମାନ କରିଛନ୍ତି । ହେଲେ ଲୋକମାନେ ସଚେତନ ନଥିବାରୁ କୌଣସି ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ଏପରି ଏକ ସମସ୍ୟା ଦେଖିବାକୁ ମିଳିଥିଲା ଭବାନୀପାଟଣା ବ୍ଲକ କୂତରୁଖମାର ପଂଚାୟତ ରଙ୍ଗୀଗୁଡା ଗାଁରେ । ଗାଁର ଚମାର ନିଆଲ ଓ ଯମୁନା ନିଆଲଙ୍କ ଝିଅ କ୍ଷୀରଦେଇ ନିଆଳ ଜନ୍ମରୁ ଦିବ୍ୟାଙ୍ଗ ଥିଲେ । ତାଙ୍କୁ ବାହାରକୁ ନେବା ପାଇଁ ହେଲେ ତାଙ୍କର ପିତା କିମ୍ବା ମାତା ବୋହିକି ନେଉଥିଲେ । ପରିବାରର ପୋଷଣ ପାଇଁ ବାହାରକୁ କାମ କରିଯିବାକୁ ପଡିଥାଏ କିନ୍ତୁ ବାହାରକୁ କାମ ଗଲେ ଝିଅର ଦେଖାଶୁଣା କରିବାରେ ବହୁତ ଅସୁବିଧା ହେଉଥିଲା । ଏହିସବୁ ସମସ୍ୟାକୁ ଦେଖି ରଙ୍ଗୀଗୁଡା ଗାଁର ଆଶା ଜାନକୀ ନିଆଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ଶ୍ରୀ ରଣା ଖବର ପାଇ ତାଙ୍କର ଘରକୁ ଯାଇ ସମସ୍ତ ଡକୁମେଣ୍ଟ ସଂଗ୍ରହ କରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତାଙ୍କ ସହ ଯୋଗାଯୋଗ କରି ଗୋଟିଏ ହୁଇଲ ଚେୟାର ଦେବାକୁ ନିବେଦନ କରିଥିଲେ । ଏହାକୁ ଗୁରୁତ୍ୱର ସହ ନେଇ ଶ୍ରୀ ହୋତାଙ୍କ ନିର୍ଦେଶରେ ଏକ ହୁଇଲ ଚେୟାର କ୍ଷୀରଦେଇଙ୍କୁ ପ୍ରଦାନ କରାଯାଇଛି । ସମାଜସେବୀ ଯଶୋବନ୍ତ ରଣା ଓ ତାଙ୍କର ସାଥୀ ମିଶି କ୍ଷୀରଦେଇଙ୍କ ଘରକୁ ଯାଇ ଏହି ହୁଇଲ ଚେୟାର ପ୍ରଦାନ କରିଥିଲେ । ହୁଇଲ ଚେୟାର ପାଇଲା ପରେ ତାଙ୍କର ପିତା ଚମାର ନିଆଳ ସମାଜସେବୀ ଯଶୋବନ୍ତ ରଣା, ଗୋକୁଳ ସାହୁ, ଡ଼ିଏସ୍‌ଏସ୍‌ଓ ଅଫିସରେ କାର୍ଯ୍ୟରତ ଅରୁଣ ମହାପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

twelve − three =