pakka

ପିଚୁ ବୋଝେଇ ଟ୍ରକ୍‌ ଜଳିଗଲା ରାସ୍ତା ଉପରେ

bbehera

କେନ୍ଦୁଝର : କେନ୍ଦୁଝରର ୨୦ନଂ. ଜାତୀୟ ରାଜପଥ ଗୋପାଳପୁର ଗାଁ ନିକଟରେ ପିଚୁ ବୋଝେଇ ହୋଇଥିବା ହାଇୱା ଟ୍ରକ୍‌ ଜଳି ଯାଇଥିବା ଜଣାପଡ଼ିଛି । ସୂଚନା ଅନୁସରରେ ୨୦ନଂ. ଜାତୀୟ ରାଜପଥର ସଂପ୍ରସାରଣ କାର୍ଯ୍ୟ ଏବେ କରାଯାଇଛି । ରାସ୍ତା କାମରେ ବ୍ୟବହାର ପାଇଁ ଏକ ହାଇୱା ଟ୍ରକ୍‌ରେ ପିଚୁ ବୋଝେଇ ହୋଇ ଗୋପାଳପୁର ଗାଁ ନିକଟରେ ରହିଥିଲା । ହଠାତ୍‌ ସେଥିରେ ନିଆଁ ଲାଗିଯାଇ ହୁତୁହୁତୁ ହୋଇ ଜଳି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.

20 + eighteen =