jayashree

ଓଡ଼ିଶା ଅଣ ଗେଜେଟେଡ ବନ ସେବା ସଂଘ ଟିଟିଲାଗଡ଼ କେନ୍ଦୁଲିଫ ଡିଭିଜନର କର୍ମଚାରୀଙ୍କ କଳା ବ୍ୟାଚ୍‌ ପିନ୍ଧି ଅନଶନ ସ୍ୱରୂପ ପ୍ରତିବାଦ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶା ସରକାର ଅଣ ଗେଜେଟେଡ କେନ୍ଦୁଲିଫ ବନ କର୍ମଚାରୀ ସଂଘର ତିନି ଦଫା ଦାବି ପୂରଣ ନ କରିବା ଯୋଗୁଁ ସର୍ତ୍ତ ମୁତାବକ ସାତ ଦିନ ଧରି ଅର୍ଥାତ ୧୫ ତାରିଖରୁ ୨୧ ତାରିଖ ଯାଏଁ କଳା ବ୍ୟାଚ୍‌ ପିନ୍ଧି ପ୍ରତୀକ ଅନଶନ ସ୍ୱରୂପ ସମସ୍ତ ସଭ୍ୟ/ସଭ୍ୟା କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି । ଏହି ସମୟରେ କେହି କେସ ପ୍ରୋସିକ୍ୟୁସନ୍ ବା ପେଟ୍ରୋଲିଂ ଭଳି ବିପଦପୂର୍ଣ୍ଣ କାର୍ଯ୍ୟ କରିବେ ନାହିଁ ବୋଲି ସରକାରଙ୍କୁ ଅବଗତ କରାଇଛନ୍ତି । ତେବେ ସୋମବାର ସକାଳୁ ଓଡ଼ିଶା ଅଣ ଗେଜେଟେଡ ବନ କର୍ମଚାରୀ ସଂଘ ଟିଟିଲାଗଡ଼ କେନ୍ଦୁଲିଫ ଶାଖାର ସଭାପତି ଆଶିଷ ବେହେରାଙ୍କ ସଭାପତିତ୍ୱରେ କର୍ମଚାରୀମାନେ ଟିଟିଲାଗଡ଼ ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ସହ ଡିଏଫ୍‌ଓ ରଶ୍ମି ଜିଙ୍କୁ ଏକ ତିନି ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଏହାପରେ ବି ସରକାର ଦାବି ପୁରଣ ନ କଲେ ସାମୁହିକ ଛୁଟିରେ ରହି ନିଜ ନିଜ ସର୍କଲ ଅଫିସ ସାମ୍ନାରେ ୟୁନିଫର୍ମ ପିନ୍ଧି ଶାନ୍ତିପୂର୍ଣ୍ଣ ଧାରଣା ପ୍ରଦର୍ଶନ କରିବାକୁ ଚେତାବନୀ ଦେଇଛନ୍ତି । ଡିଏଫ୍‌ଓଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସଂଘର ଉପ ସଭାପତି ଧୋବା ରଣା, ସମ୍ପାଦକ ସୌମ୍ୟ ରଞ୍ଜନ ପଣ୍ଡା, ସହ ସମ୍ପାଦକ ପ୍ରିୟବ୍ରତ ନାଏକ, ସହାୟକ ସହ ସମ୍ପାଦକ ଲିଙ୍ଗରାଜ ଗଡତିଆ, କୋଷାଧ୍ୟକ୍ଷ ପୁଷ୍ପାଞ୍ଜଳି ବେହେରା, ଉପଦେଷ୍ଟା ସନୋଜ କୁମାର ନାୟକ, ବିକାଶ ରଞ୍ଜନ ପାନିକା, ହେମସାଗର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.