pakka

ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

bbehera

ଭୁବନେଶ୍ୱର : ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୧ରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ ୨ରୁ ଆରମ୍ଭ ହେବ କଳା ଓ ବାଣିଜ୍ୟ ପରୀକ୍ଷା । ସେହିପରି ଧନ୍ଦାମୂଳକ ପରୀକ୍ଷା ମାର୍ଚ୍ଚ ୩ରୁ ଆରମ୍ଭ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କୋଭିଡ ଗାଇଡ୍‌ଲାଇନ୍ ଅନୁଯାୟୀ ପରୀକ୍ଷା ପରିଚାଳନା ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି । ଜାନୁଆରୀ ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହେବ । ଫେବୃଆାରୀ ୧ରୁ ୧୦ ଯାଏ ପ୍ରାକ୍‌ଟିକାଲ ପରୀକ୍ଷା ଚାଲିବ । ସିସିଟିଭି ସର୍ଭେଲାନ୍ସରେ ରହିବ ସମସ୍ତ ପରୀକ୍ଷା । ଏଥିପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସରିଛି । ତେବେ କୋଭିଡ ଗାଇଡ୍‌ଲାଇନ୍‌ ସେହି ସମୟରେ ଯାହା ଜାରି ହୋଇଥିବ ତାକୁ ପାଳନ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

11 + twelve =