pakka

ଚାମୁଣ୍ଡା ମନ୍ଦିର ପାର୍କ ପାଇଁ ଭୂମି ପୂଜନ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମଲାଡ଼ ପଂଚାୟତ କୁଶାପଲି ସ୍ଥିତ ମା’ ଚାମୁଣ୍ଡା ମନ୍ଦିର ପାର୍କ ନିର୍ମାଣ ପାଇଁ ଶୁକ୍ରବାର ଭୂମି ପୂଜା ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ମମତା ବେହେରା, ସମିତି ମେମ୍ବର ବିଷ୍ଣୁପ୍ରିୟା ମହାପାତ୍ର, ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରାଙ୍କ ସମେତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏନଆରଇଜିଏସ ମନରେଗା ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହେବ । ପୂର୍ବତନ ସରପଞ୍ଚ ପ୍ରଭାତ ସେଠୀଙ୍କ ସମୟରେ ଏହା ନିର୍ମାଣ ହେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା, କିନ୍ତୁ ତାହା କାର୍ଯ୍ୟକାରୀ ହୋଇ ପାରି ନଥିଲା । ଫଳରେ ପୂର୍ବତନ ସରପଞ୍ଚ ଶ୍ରୀ ସେଠୀ ଓ ସରପଞ୍ଚ ଶ୍ରୀ ବେହେରା, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଆର ଭାଗ୍ୟ ରେଡ଼ି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରତିନିଧି ଟୁନା ବିଶ୍ୱାଳ ଓ ଯୁବ ସ୍ୱେଚ୍ଛାସେବୀ ଲିଙ୍ଗରାଜ ମହାପାତ୍ରଙ୍କ ଉପସ୍ଥିତରେ ଏକ କମିଟି ଗଠନ କରାଯାଇଥିଲା । ସଭାପତି ଭାବେ ବିଶ୍ଵନାଥ ଦାସଙ୍କୁ ଚୟନ କରାଯାଇଛି । ଏହାର ନିର୍ମାଣ କାର୍ଯ୍ୟ କମିଟି କରିବ ବୋଲି ସରପଞ୍ଚ ପ୍ରତିନିଧି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

one × four =