pakka

ଗଞ୍ଜାମ ବ୍ଲକ ଶସ୍ୟ କ୍ଷେତ୍ରକୁ ସୁରକ୍ଷା ନେଇ ଦାବୀପତ୍ର

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅଞ୍ଚଳରେ ଦିନକୁ ଦିନ ମୟୁର, ବାରହା, ହରିଣ, ସମ୍ବର ଓ ମାଙ୍କଡ଼ ଆଦି ବନ୍ୟଜନ୍ତୁମାନଙ୍କ ବଂଶ ବୃଦ୍ଧି ସହ ଉପଦ୍ରବ ବଢୁ ଥିବା ଲକ୍ଷ କରାଯାଇଛି । ଫଳରେ ଉକ୍ତ ବନ୍ୟଜନ୍ତୁ ଯୋଗୁଁ ଶସ୍ୟ କ୍ଷେତ୍ରରେ ଉତ୍ପାଦିତ ମୁଗ, ବିରି, କୋଳଥ, ମାଣ୍ଡିଆ, ଚଣା ଆଦି ବ୍ୟାପକ ରବି ଫସଲ ନଷ୍ଟ ହେଉଥିବା ଲକ୍ଷ କରାଯାଉଛି । ଯାହାକୁ ନେଇ ଚାଷୀକୂଳ ପରିବାର କ୍ଷତି ସହି ଆସୁଥିବା ଅଭିଯୋଗ ହୋଇଆସୁଛି । ଏନେଇ ଶୁକ୍ରବାର ଭାରତୀୟ ମାର୍କ୍ସବାଦୀ ଆଞ୍ଚଳିକ କମିଟି ଗଞ୍ଜାମ ତରଫରୁ ବ୍ରହ୍ମପୁର ଉପଖଣ୍ଡ ବନାଞ୍ଚଳ ଅଧିକାରୀଙ୍କୁ ବନ୍ୟଜନ୍ତୁ କବଳରୁ ଶସ୍ୟ କ୍ଷେତ୍ର ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାକୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାମଚନ୍ଦ୍ର ନାୟକ, ପୂର୍ବତନ ସରପଞ୍ଚ ଦିଲୀପ ଛୋଟରାୟ, ଏ. ପଦ୍ମ ଚରଣ ପ୍ରଧାନ, ତ୍ରିନାଥ ବେହେରା, ବୈରାଗୀ ବେହେରା, ସୁନିଲ ସାଗର ଗୌଡ଼, ରବୀନ୍ଦ୍ର ଗୌଡ଼ ପ୍ରମୁଖଙ୍କ ସହ ଆଞ୍ଚଳିକ କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ସ୍ମାରକ ପତ୍ର ପ୍ରଦାନ ସମୟରେ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

three × four =