pakka

ରାଜ୍ୟସଭା ସାଂସଦଙ୍କ ହଠାତ ଇନ୍ଦୁପୁର ଆଶ୍ରମକୁ ପରିଦର୍ଶନ : ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ନୂଆଁଖାଇ ଛୁଟିରେ, ଆଶ୍ରମରେ ଆଜି ପାଳନ ହୋଇନି ଗୁରୁ ଦିବସ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ମଣିଷର ଭବିଷ୍ୟତ ନିର୍ମାଣରେ ଶିକ୍ଷା ହିଁ ଚାବିକାଠି ଏବଂ ମଣିଷ ଗଢା କାରଖାନା ହିଁ ବିଦ୍ୟାଳୟ । ଆଜି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଅଚାନକ ପାଟଣାଗଡ଼ ବ୍ଲକ ଖୁର୍ସେଲ ପଞ୍ଚାୟତ ଇନ୍ଦୁପୁର କନ୍ୟାଶ୍ରମକୁ ପରିଦର୍ଶନ କରିଛନ୍ତି । ଆଶ୍ରମର ଛାତ୍ରଛାତ୍ରୀମାନେ ଦୀର୍ଘ ୭ ଦିନ ପୂର୍ବରୁ ନୂଆଁଖାଇ ଛୁଟିରେ ଯାଇ ଆଜି ଯାଏଁ ସ୍କୁଲକୁ ଫେରିନାହାନ୍ତି । ତେବେ ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ମଧ୍ୟ ଆଜି ଯାଏଁ ଛୁଟି ହୋଇଛି । ସ୍କୁଲରେ ଶିକ୍ଷକ କିମ୍ବା ପ୍ରଧାନ ଶିକ୍ଷକଙ୍କ ଦେଖାନାହିଁ । ସ୍କୁଲରେ କୌଣସି ଷ୍ଟାଫଙ୍କର ମଧ୍ୟ ଦେଖାନାହିଁ । ଆଜି ପ୍ରତ୍ୟେକ ସ୍କୁଲ କଲେଜ ତଥା ବିଭିନ୍ନ ଅନୁଷ୍ଠାନରେ ପବିତ୍ର ଗୁରୁଦିବସ ପାଳନ କରୁଥିବା ବେଳେ ଆଶ୍ରମ ବିଦ୍ୟାଳୟରେ ଆଜି ଗୁରୁଦିବସ ପାଳିତ ହୋଇନାହିଁ । ସ୍କୁଲରେ ଗୁରୁ ନଥିଲେ କାହାକୁ ପୂଜା କରିବେ ଛାତ୍ରଛାତ୍ରୀ ଅଭିଭାବକ ବୋଲି କ୍ଷୋଭ ପ୍ରକାଶ କରିଥିଲେ । ପରେ ଆଶ୍ରମ ବିଦ୍ୟାଳୟରେ ଥିବା ପାଇଖାନା ମାନଙ୍କରେ ପାଣି ଯୋଗାଣ ନଥିବାରୁ ଅଚଳ ଅବସ୍ଥାରେ ପଡ଼ିରହିଥିବା ବେଳେ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବା ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ । ବିଦ୍ୟୁତ ସରବରାହ ମଧ୍ୟ ଠିକ୍‌ ଅବସ୍ଥାରେ ନାହିଁ, କୋଡିଏ ହଜାର ବିଶିଷ୍ଟ ଓଭର ହେଡ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ଆଜି ଯାଏଁ କାର୍ଯ୍ୟକ୍ଷମ ହୋଇ ପାରିନାହିଁ । ଏଠାରେ ସମସ୍ତେ ଠିକାଦାରୀ ଶାସନ କରୁଛନ୍ତି । ଯିଏ ପ୍ରତିବାଦ କଲେ ଠିକାଦାର ଧମକ ଚମକ ଦେଉଥିବା ଖବର ମିଳିଛି । ଏତେ ଅବସ୍ଥା ଥାଇ ସୁଦ୍ଧା ଶିକ୍ଷା ବିଭାଗ ଓ ଆଦିବାସୀ ହରିଜନ କଲ୍ୟାଣ ବିଭାଗ କାହାରି ନଜର ନଥିବା ପରିତାପର ବିଷୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ସବୁ ଅବ୍ୟବସ୍ଥା ଦେଖି ସାଂସଦ କ୍ଷୋଭ ପ୍ରକାଶ କରିଥିଲେ ।

jay balangir
Leave A Reply

Your email address will not be published.

eleven − 3 =

error: Content is protected !!