pakka

ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଦିବସ ପାଳିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ସୋମବାର ଦିନ ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ସର୍ଗିବାହାଲ ସରସ୍ୱତୀ ଶିଶୁ ମନ୍ଦିରଠାରେ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜୟନ୍ତୀ ଓ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଦିବାସୀ ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କାର୍ତ୍ତିକ ରଥ ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତେଜରାଜ ସାହୁ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ମୂରଲୀଧର ସାହୁ ତଥା ଗ୍ରାମର ଗୁରୁଜନ ଓ ଭଦ୍ରବ୍ୟକ୍ତି ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରମୋଦ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ପ୍ରେମାନନ୍ଦ ବାରିକ ସଭା ପରିଚାଳନା କରିଥିଲେ । ବିଦ୍ୟାଳୟର ସମ୍ପାଦକ ପ୍ରହଲ୍ଲାଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଚାଳନା ସମିତି ତରଫରୁ ଗୁରୁଜୀ ଗୁରୁମାମାନଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା । ଶେଷରେ ଶିଶୁ ଭାଇ ଭଉଣୀମାନେ ଗୁରୁଜୀ ଗୁରୁମାମାନଙ୍କୁ ପୂଜନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମା ଓ ପରିଚାଳନା ସମିତିଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.

fifteen + 15 =