oom

ନୂତନ ନ୍ୟାୟିକ ଡେପୁଟୀ ଡ଼ାଇରେକ୍ଟରଙ୍କ ରାମଚଣ୍ଡୀ ମନ୍ଦିର ପରିଦର୍ଶନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଗସ୍ତରେ ଆସି ପ୍ରମୁଖ ନ୍ୟାୟିକ ପଦାଧିକାରୀ ଗଣଙ୍କ ରବିବାର ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ ଗଞ୍ଜାମ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କର ଦର୍ଶନ ଲାଭ କରି ବିଭୂ କୃପା ଲାଭ କରିଛନ୍ତି । ପ୍ରକାଶ ଥାଉକି, ଗଞ୍ଜାମ ଜିଲ୍ଲାରେ ଡେପୁଟୀ ଡ଼ାଇରେକ୍ଟର ଅଫ ପ୍ରସିକ୍ୟୁସନ ଭାବେ ନିଯୁକ୍ତି ପାଇଥିବା ସୁବ୍ରତ ମହାନ୍ତି, ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ପବ୍ଲିକ ପ୍ରସିକ୍ୟୁଟର ଭାବେ କାର୍ଯ୍ୟ କରି ଆସି ବର୍ତ୍ତମାନ ପଦୋନ୍ନତି ପାଇ କନ୍ଧମାଳ ତଥା ବୌଦ୍ଧ ଜିଲ୍ଲାର ଡେପୁଟୀ ଡ଼ାଇରେକ୍ଟର ହୋଇଥିବା ତ୍ରିଲୋଚନ ପରିଡ଼ା, ଗଞ୍ଜାମ ଜିଲ୍ଲା ଭାରପ୍ରାପ୍ତ ପବ୍ଲିକ ପ୍ରସିକ୍ୟୁସଟର ବିକ୍ରମ କୁଣ୍ଡ ଏବଂ ନୂତନ ଭାବେ ଓ.ଜେ.ଏସ. ପରୀକ୍ଷାରେ କୃତୀତ୍ୱ ହାସଲ କରି ନ୍ୟାୟିକ ଅଧିକାରୀ ସୁଶ୍ରୀ ଶ୍ରାବଣୀ ରବିବାର ମା’ରାମଚଣ୍ଡୀ ମନ୍ଦିର ପରିଦର୍ଶନରେ ଆସି ଦେବୀଙ୍କ ଦର୍ଶନ କରି ପୀଠରେ ମା’ ଙ୍କ ଉଦ୍ଦେଶ୍ୟରେ ପୂଜାପାଠ ସହ ଭକ୍ତିରେ ପ୍ରଦୀପ ଜାଳି ବରେଣ୍ୟ ନ୍ୟାୟିକ ଅଧିକାରୀ ଗଣ ନିଜ ନିଜର ଇଚ୍ଛା ପୂରଣ ପାଇଁ ମନାସୀ କରିଛନ୍ତି । ଏତଦ୍ ବ୍ୟତୀତ ବୁଗୁଡା ତଥା ଭଞ୍ଜନଗରରେ କାର୍ଯ୍ୟରତ ଦୁଇଜଣ କ୍ୟାଡ଼ର ଏ.ପି.ପି. ରତନ ସିଂ ଓ ସୁରେନ୍ଦ୍ର ପ୍ରମୁଖ ମା’ଙ୍କର ଦର୍ଶନ ଲାଭ କରିଛନ୍ତି । ମନ୍ଦିର କର୍ତ୍ତୃପକ୍ଷ ତଥା ପୂଜା କମିଟୀ ସକ୍ରୀୟ ସଦସ୍ୟ ତ୍ରିପତି ବାଲାଜୀ ମିଶ୍ରଙ୍କ ଠାରୁ ମନ୍ଦିର ଇତିହାସ ବିଷୟରେ ଅବଗତ ହୋଇଥିଲେ ଓ ମନ୍ଦିରର ଉନ୍ନତିରେ ଯଥାସମ୍ଭବ ସହାୟତା ପାଇଁ ପ୍ରତିଶୃତି ଦେଇ ଅତିଥି ଗଣ ଭକ୍ତି ଭାବ ବିନିମୟ ପ୍ରକାଶ କରିଛନ୍ତି । ମନ୍ଦିର ତରଫରୁ କ୍ୟାଡ଼ର ଏପିପି ତଥା ମନ୍ଦିର ଉପଦେଷ୍ଟା ରାଜେଶ କୁମାର ମିଶ୍ରଙ୍କ ଉପସ୍ଥିତରେ ସମସ୍ତ ଅତିଥି ଗଣଙ୍କୁ ସମ୍ମାନୀତ କରାଯାଇଥିଲା । ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟୀ ସଂଯୋଜକ କମଳ ପଣ୍ଡା ଏ ସମ୍ପର୍କରେ ଗଣମାଧ୍ୟମ କୁ ଏହି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.