pakka

୨୪ ଘଣ୍ଟାରେ ୩୦ ଜାହାଜ ପରିଚାଳନା କରି ପୁନର୍ବାର କିର୍ତ୍ତୀମାନ ସ୍ଥାପନ କଲା ପାରାଦ୍ୱୀପ ବନ୍ଦର

bbehera

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ପାରାଦ୍ୱୀପ ବନ୍ଦରର ସାମୁଦ୍ରିକ ବିଭାଗ (ମେରାଇନ୍‌ ବିଭାଗ) ବନ୍ଦରରେ ଜାହାଜ ଓ ପଣ୍ୟ କାରବାର ପରିଚାଳନା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । କରୋନା ମହାମାରୀ ସମୟରେ କୋଭିଡ୍‌-୧୯ କଟକଣା ଓ ଗାଇଡ୍‌ଲାଇନ୍‌ ଅନୁସରଣ କରି ପାରାଦ୍ୱୀପ ବନ୍ଦର ତାର ପଣ୍ୟ କାରବାର ଓ ଜାହାଜ ଚଳାଚଳ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ତେବେ ଗତ ୨୬ ତାରିଖ ବାତ୍ୟା ୟାସର ୩ ଦିନ ପରେ ଅର୍ଥାତ ମେ ୨୯ରୁ ୩୦ ତାରିଖ ୨୪ ଘଣ୍ଟା ମଧ୍ୟରେ ୩୦ ଜାହାଜ ପରିଚାଳନା କରି ପାରାଦ୍ୱୀପ ବନ୍ଦର କିର୍ତ୍ତୀମାନ ସ୍ଥାପନ କରିଛି । ସୂଚାନ ଥାଉକି ୨୦୧୯ ମେ ମାସ ୨୭ ତାରିଖରେ ପ୍ରଥମ ଥର ଲାଗି ପାରାଦ୍ୱୀପ ବନ୍ଦର ଦ୍ୱାରା ଏହି କିର୍ତ୍ତୀମାନ ସ୍ଥାପନ ହୋଇଥିଲା ।

jay balangir
Leave A Reply

Your email address will not be published.

three × 1 =