pakka

ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ଜାତୀୟ ସମ୍ପାନ

bbehera

ପାରାଦ୍ୱୀପ, (ଶୁଭ୍ରାଂଶୁ ଶେଖର ପୃଷ୍ଟି) : ଗତକାଲି ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ‘ଏପିଡେମିକସ୍‌ ଓ ପାଣ୍ଡେମିକସ୍‌ ଓ ଇତିହାସରୁ ଶିକ୍ଷା’ ଶୀର୍ଷକ ଉପରେ ଏକ ଜାତୀୟ ସ୍ଥରର ଅନ୍‌ଲାଇନ୍‌ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି । ଏଥିରେ ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟରୁ ପ୍ରଫେସର ଡଃ ନିଗମାନନ୍ଦ ଦାସ, ଆସାମ ବିଶ୍ୱବିଦ୍ୟାଳୟର ଦଫୁକ୍ୟାମ୍ପସର୍‌ ସହକାରୀ ପ୍ରଫେସର ଡଃ ବିକାଶ ଚନ୍ଦ୍ର ଦାସ ଓ ମୁଗପାଳ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସିର୍ଦ୍ଧାର୍ଥ ଶଙ୍କର ରଥ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ପାରାଦ୍ୱୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନ୍‌ଗୋ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ । ଇତିହାସ ବିଭାଗ ମୁଖ୍ୟ ଲେଫନାଣ୍ଟ କମାଣ୍ଡର ଅକ୍ଷମ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ ଅଧ୍ୟାପକ ଗଣେଶ୍ୱର ପାତ୍ର କାଯ୍ୟକ୍ରମର ସଂଯୋଜନା କରିଥିଲେ । ଏଥିରେ ପ୍ରାୟତଃ ୩୦୦ ଜଣ ପଞ୍ଜିକରଣ କରିଥିବା ବେଳେ ୧୦୦ରୁ ଅଧିକ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ପାରାଦ୍ୱୀପ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସଂଘମିତ୍ରା ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପାରାଦ୍ୱୀପ ମହାବିଦ୍ୟାଳୟରୁ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଅନଲାଇନ୍‌ ୱେବନାରକୁ ସହଯୋଗ ଓ ସଫଳ କରାଇଥିଲେ ।

jay balangir
Leave A Reply

Your email address will not be published.

20 − 13 =