pakka

ଅଶୋକ ଚନ୍ଦନ ସ୍ମୃତି ଉଦ୍ଦେଶ୍ୟରେ ସାହିତ୍ୟ ଆସର

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ସୁନାମଧନ୍ୟ କବି, ଗାଳ୍ପିକ ଅଶୋକ ଚନ୍ଦନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭର୍‌ଚୁଆଲ୍‌ ସାହିତ୍ୟ ସଭା ଅନୁଷ୍ଠିତ ହୋଇଯାଇଛି । ତପୋବନ, ଟିଟିଲାଗଡ଼ ତଥା ଅଶୋକ ଚନ୍ଦନ ସ୍ମୃତି ବ୍ୟାସ ଆନୁକୂଲ୍ୟରେ ଅନୁଷ୍ଠିତ ସ୍ମୃତି ସଭାରେ ବିଶିଷ୍ଟ କବି ଗଜାନନ ମିଶ୍ର ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭିକ ସ୍ୱାଗତ ଅଭିଭାଷଣ ପ୍ରଦାନ କରି ଆଶିଷ କୁମାର ଚନ୍ଦନ ସ୍ମୃତି ନ୍ୟାସର ବିବରଣୀ ପାଠ କରିଥିଲେ । କବି ଅଶ୍ୱନୀ ମିଶ୍ର, ସ୍ଥପତି ଅନ୍ତର୍ଯ୍ୟାମୀ ମେହେର ଏବଂ ସାହିତ୍ୟକାର ଶଶୀଭୂଷଣ ରଥ ସ୍ୱର୍ଗତ୍‌ ସାହିତ୍ୟିକଙ୍କ କୃତି ବିଷୟରେ ଆଲୋକପାତ କରିଥିଲେ । ସଭା ଶେଷରେ ଅଧ୍ୟାପକ ଅରୁଣ କୁମାର ପଟ୍ଟନାୟକ ଉପସ୍ଥିତ ସାହିତ୍ୟାନୁରାଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ ସ୍ମୃତି ସଭାରେ ସଂଯୋଜନା କରିଥିଲେ ସୁଶ୍ରୀ ସଂଯୁକ୍ତା ପରିଚ୍ଛା । କବି ସାହିତ୍ୟିକମାନଙ୍କ ମଧ୍ୟରେ ଦିଲିପ ମିଶ୍ର, ସବିତା ଭୋଇ, ଶିବ ପ୍ରସାଦ ସା ପ୍ରମୁଖ ଉପସ୍ଥିତ ରହି ଅଶୋକ ଚନ୍ଦନଙ୍କ ବ୍ୟକ୍ତିଗତ କୃତି ବିଷୟରେ ଆଲୋଚନା କରିଥିଲେ ।

jay balangir
Leave A Reply

Your email address will not be published.

nine − six =