pakka

ପପଙ୍ଗା ପାହାଡ଼ ଶିଖରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ପପଙ୍ଗା ପାହାଡ଼ ଶିଖରରେ ଆର୍ନ୍ତଜାତୀୟ ପର୍ବତାରୋହଣ ଦିବସ ପାଳିତ ହୋଇଯାଇଛି । ଆର୍ନ୍ତଜାତୀୟ ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ଦ୍ଵାରା ପରିଚାଳିତ ଏହି କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲାର ୮ ଜଣ ମହିଳା ଏନ୍‌ସିସି କ୍ୟାଡେଟ୍ ଓ ଜଣେ ପୁରୁଷ କ୍ୟାଡେଟ୍ ସମେତ ଜଣେ ସାମ୍ବାଦିକ ମୋଟ ୧୨ ଜଣିଆ ଟିମ୍ ଭାଗ ନେଇଥିଲେ । ଆଜିର ଦିନରେ ଏହି ବର୍ଷର ଆର୍ନ୍ତଜାତୀୟ ଉଦ୍ଦେଶ୍ୟ ଥିଲା ପର୍ବତ ଉପରେ ମହିଳାଙ୍କ ଭୂମିକା । ଏହି ଦଳ ପପଙ୍ଗା ପାହାଡ଼ର ମୋଟ ୪୯୪ ମିଟର ଅର୍ଥାତ୍ ୧୬୨୦ ଫୁଟ ଉଚ୍ଚତା ଅତିକ୍ରମ କରିଥିଲେ । ଏହି ଦଳରେ ଯୋଗବ୍ୟାସ ଭୋଇ ଓ ତାଙ୍କ ସହଯୋଗୀ ଲଲିତ ପୋଡ଼, ସାମ୍ବାଦିକ ସଚ୍ଚିଦାନନ୍ଦ ପାତ୍ରଙ୍କ ସମେତ ଏନ୍‌ସିସି କ୍ୟାଡେଟ ସୂରଜ ଭୋଇ, ଶକୁନ୍ତଳା ବରିହା, ମଞ୍ଜୁ ଖଡିଆ, ନେହା ଭୋଇ, ମିନାକ୍ଷୀ ସେଠ, ଝରଣା ସାହୁ, ସସ୍ମିତା ଭୋଇ, ଚିନ୍ମୟୀ ଦାଶ ଓ ରଶ୍ମି ତ୍ରିପାଠୀ ସାମିଲ ହୋଇଥିଲେ । ଏହି ପର୍ବତାରୋହଣ ଅବସରରେ ପପଙ୍ଗା ପାହାଡ଼କୁ ଏକ ଉନ୍ନତ ଧରଣର ପର୍ଯ୍ୟଟନ ସ୍ଥଳରେ ପରିଣତ କରିବା ଦିଗ ଗୁଡିକ ଉପରେ ଦୃଷ୍ଟି ଦେଇ ଆଗାମୀ ଦିନରେ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ସରକାରଙ୍କ ସହ ଉକ୍ତ ଦିଗ ଗୁଡିକ ଉପରେ ଆଲୋଚନା କରିବା ପାଇଁ ଶ୍ରୀ ଭୋଇ କହିଛନ୍ତି । ଏହି ପର୍ବତାରୋହୀ ଦଳ ମଧ୍ୟରୁ ୫ ଜଣଙ୍କୁ ଆଫ୍ରିକାର ଉଚ୍ଚତମ ଗିରିଶୃଙ୍ଗ କିଲିମାଞ୍ଜାରୋ ଆରୋହଣ କରିବାକୁ ନେବା ପାଇଁ ଯୋଜନା କରାଯାଉଥିବା ଶ୍ରୀ ଭୋଇ କହିଛନ୍ତି ।

Leave A Reply

Your email address will not be published.

19 − six =