pakka

ସଭିଲ କୋର୍ଟ ପଛପଟେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସିଭିଲ କୋର୍ଟ ପଛପଟେ ଜଣେ ବ୍ୟକ୍ତଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆଜି ଅପରାହ୍ନ ୫ଟାରେ ଜଣେ ଯୁବକଙ୍କୁ ଟେକି ନେଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପାଟଣାଗଡ ଥାନା ଘଷିଏନ୍‌ ଗାଁର ଅଶୋକ ଘୁଟଲା ବଲାଙ୍ଗିର ଶାନ୍ତିପଡାଠାରେ ଭଡାଘରେ ରହି ଏକ ଗ୍ୟାରେଜରେ କାମ କରନ୍ତି । ତାଙ୍କୁ କଲେଜଛକରୁ ୬ ଜଣ ଯୁବକ ସିଭିଲ କୋର୍ଟ ପଛପଟକୁ ଟେକି ନେଇ ଲୁହା ଛଡରେ ନିର୍ଦ୍ଧୁମ ମାଡ ମାରି ଫେରାର୍‌ ମାରିଥିଲେ । ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପିସିଆର୍‌ ଆସି ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲର ଅସ୍ଥିଶଲ୍ୟ ବିଭାଗରେ ଭର୍ତ୍ତି କରିଥିଲେ । ଗୁରୁତର ଅଶୋକଙ୍କ ହାତ ଓ ଗୋଡରେ ଗଭୀର ଆଘାତ ଲାଗିଛି । ତେବେ ଆକ୍ରମଣର କାରଣ ଜଣାପଡି ନଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଏନେଇ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.

17 − 2 =