pakka

ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

bbehera
  • ତୁଷୁରା ଇଲେଭେନ ଷ୍ଟାର ଚମ୍ପିୟାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଠାରେ ରିଷିଡା ଯୁବାମଞ୍ଚ ପକ୍ଷରୁ ବାପୁଜୀ ମିନିଷ୍ଟାଡିୟମ ଠାରେ ଚାଲିଥିବା ରିଷିଡା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍‌ ତୁର୍ଲା (ଟିଟିଲାଗଡ଼) ଓ ତୁଷୁରା ଇଲେଭେନ ଷ୍ଟାର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତୁଷୁରା ଇଲେଭେନ ଷ୍ଟାର ଦଳ ୨-୦ ଗୋଲରେ ତୁର୍ଲା (ଟିଟିଲାଗଡ଼)କୁ ପରାସ୍ତ କରି ଚଳିତବର୍ଷ ୨୦୨୨-୨୩ ରିଷିଡା କପ୍‌ ଚମ୍ପିୟାନ ହୋଇଛି । ମ୍ୟାଚ୍‌କୁ ଇଣ୍ଟରନେସନାଲ୍‌ ରେଫରି ନବୀନ ନାଏକ, ଲଳିତ ସାହୁ, ଲଳିତ ଦାସ, ପିଙ୍କୁ ଚନ୍ଦନ ପରିଚାଳନା କରିଥିଲେ । ଏହି ମ୍ୟାଚ୍‌ରେ କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା କୁନି ସାହୁ ମୁଖ୍ୟ ଅତିଥି, ରିଷିଡା ସରପଞ୍ଚ ସେବତୀ ରଣା, ରିଷିଡା ସମିତିସଭ୍ୟ ନିମାଇଁଚରଣ ବେହେରା, ରିଷିଡା ସେବା ସମବାୟ ସମିତିର ଉପସଭାପତି ସୁଶାନ୍ତି ରଣା, କର୍ଲାମୁଣ୍ଡା ବ୍ଲକ ପ୍ରେସ୍‌ କ୍ଲବ ସମ୍ପାଦକ ପ୍ରଦୀପ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ ସଭାପତି ନରୋତ୍ତମ ସେଲମା ସଭାପତିତ୍ୱ କରିଥିଲେ । ଆୟୋଜକ ଯୁବାମଞ୍ଚ ପକ୍ଷରୁ ପୁରାତନ ଖେଳାଳି ଦୀନବନ୍ଧୁ ସାହୁ, ଆନ୍ତର୍ଯ୍ୟାମି ସାହୁ, ଚନ୍ଦ୍ରମଣି କୁମୁରା, ଉମାକାନ୍ତ ସାହୁ, ଧବଳେଶ୍ୱର ଦଣ୍ଡସେନାଙ୍କୁ ସମ୍ମାନିତ କରାଯାଇଥିଲା । ମେନ୍‌ ଅଫ୍‌ ଦ ମ୍ୟାଚ୍‌ ଭାବେ କରଣ ଦଣ୍ଡସେନା ଓ ମେନ୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟ ଭାବେ ଗୋବିନ୍ଦ ମାଝୀଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ଓ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯାଇଥିଲା । ଆୟୋଜକ କମିଟି ସମ୍ପାଦକ ସୌମ୍ୟ ରଞ୍ଜନ ତ୍ରିପାଠୀ, ଯୁବାମଞ୍ଚ ସଭାପତି ରଞ୍ଜନ କୁମାର ନାଏକ, ସମ୍ପାଦକ ଉମାକାନ୍ତ ଭୋଇ, ଉପସଭାପତି ଗିରିଶ ଚନ୍ଦ୍ର ସୁନା, କୈଳାଶ କୁମୁରା, ସାମ୍ବାଦିକ ସତ୍ୟ ନାରାୟଣ କୁମାର, ସାଙ୍ଗଠନିକ ସମ୍ପାଦକ ସୋନୁ ରଣା, କୋଷାଧ୍ୟକ୍ଷ ଲିପୁନ ରଣା, ସହସମ୍ପାଦକ ଦେବେନ୍ଦ୍ର ଲେଙ୍କା, ଶ୍ରବଣ ପୁଟା, ଅଜୟ କୁମାର, କୈଳାଶ କୁମାର, ଆକାଶ କୁମାର, ପ୍ରଦୀପ ମଲ୍ଲିକ, ପପୁ ସେଠ, ଲିପୁ ସେଠ, ବଣ୍ଟି ନାଏକ, ରାଜେଶ ଗଡତିଆ, ବବଲୁ ଦଣ୍ଡସେନା, ମୁକେଶ ନାଏକ, ତାରାଚନ ପୋଢ଼, ମନୋଜ ଅଗ୍ରୱାଲ, ଲିପୁ ରଣା ପ୍ରମୁଖ ସହଯୋଗ କରିଥିବା ବେଳେ କମ୍ବୁପାଣି ସାହୁ, ମଧୁସୂଦନ ବାଗ ଧାରା ବିବାରଣୀ ପ୍ରଦାନ କରିଥିଲେ । ସ୍କୋରବୋର୍ଡ ଦାୟିତ୍ୱରେ ଗୋବର୍ଦ୍ଧନ ମାଝୀ ଓ ରଶ୍ମି ରଞ୍ଜନ ଲେଙ୍କା ରହିଥିଲେ । ସଭାକାର୍ଯ୍ୟକୁ ମଧୁସୂଦନ ବାଗ ସଂଯୋଜନା କରିଥିଲେ ।

jay balangir
Leave A Reply

Your email address will not be published.

3 × four =

error: Content is protected !!