pakka

ଓଡ଼ିଶା ଦକ୍ଷତା ବିକାଶ ବିଭାଗ ପକ୍ଷରୁ ନିଯୁକ୍ତି ମେଳା

bbehera

ମାଲକାନଗିରି : ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ତଥା ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଦିବାସୀ ଅଧ୍ୟୁଷିତ କୁଡୁମୁଳୁଗୁମା ବ୍ଲକ ସ୍ଥିତ ଡାରବିନ ମେମୋରିଆଲ ମହାବିଦ୍ୟାଳୟ ପରିସରରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ମେଳାକୁ ବିଘ୍ନ କିରର୍ଷାନି, ଅଧ୍ୟକ୍ଷ ପଞ୍ଚାୟତ ସମିତି, ଖଇରପୁଟ, ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି ନିଯୁକ୍ତି ମେଳା ଜରିଆରେ ଜିଲ୍ଲାର ବହୁ ଶିକ୍ଷିତ ବେକାରୀ ଯୁବକ/ଯୁବତୀ ନିଜ ପସନ୍ଦର ବେସରକାରୀ କମ୍ପାନୀରେ ଚାକିରି କରିପାରିବେ । ମାଲକାନଗିରି ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ମନସ୍ଵୀ ସେଠୀ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସମ୍ମାନିତ ଅତିଥି ଭାବେ ମହେଶ୍ଵର ବାକା, ଅଧ୍ୟକ୍ଷ, ପଞ୍ଚାୟତ ସମିତି, ମାଥିଲି, ଖଇରପୁଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧ୍ୟାକାରୀ ହୃଦାନନ୍ଦ ସାହୁ ଯୋଗଦେଇ ମେଳାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରରୁ ବିଭିନ୍ନ ନିଯୁକ୍ତି ଦାତା/ସଂସ୍ଥାମାନେ ଯୋଗଦେଇଥିଲେ । କେତେକ କମ୍ପାନୀରେ ସିଧାସଳଖ ନିଯୁକ୍ତିର ବ୍ୟବସ୍ଥା ଥିବା ବେଳେ କେତେକ କମ୍ପାନୀ ସ୍ୱଳ୍ପ ତାଲିମ ପରେ ନିଯୁକ୍ତି ପ୍ରଦାନ ପାଇଁ ଅଙ୍ଗିକାରବଦ୍ଧ । ୮ଜଣ ନିଯୁକ୍ତି ଦାତା ଓ ୬ଜଣ ପ୍ରକଳ୍ପ ରୂପାୟନ ସଂସ୍ଥା ଯୋଗଦେଇଥିଲେ । ଜିଲ୍ଲାରେ ବିଭିନ୍ନ ଅଞ୍ଚଳରୁ ୪୬୫ଜଣ ଯୁବକ/ଯୁବତୀ ନାମ ପଞ୍ଜିକରଣ କରିଥିଲେ । ପ୍ରଶିକ୍ଷଣ ନିମନ୍ତେ ୮୭ଜଣ ଯୁବକ/ଯୁବତୀ ମନୋନୀତ ହୋଇଛନ୍ତି । ୨୬୦ ଜଣ ଯୁବକ/ଯୁବତୀ ଚାକିରି ପାଇଁ ମନୋନୀତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

four × 1 =

error: Content is protected !!