pakka

ମଦନପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ୧୬ତମ ଶତବାର୍ଷିକୀ ସ୍ମାରକୀ ଉତ୍ସବ ପାଳିତ

bbehera
  • ଦୁଇ ଜଣ ମୁଖ୍ୟମନ୍ତ୍ରୀ ଆସିଥିବା ବିଦ୍ୟାଳୟ ଏବେ ବି ଅବହେଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ୧୬ତମ ଶତବାର୍ଷିକୀ ଉତ୍ସବ ସ୍କୁଲ ପରିଚାଳନା କମିଟି ସଭାପତି ଯୁଧିଷ୍ଠିର ସିଂଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି । ୧୯୦୪ ମସିହାରେ ଆରମ୍ଭ ହୋଇଥିବା ବିଦ୍ୟାଳୟକୁ ୧୯୮୭ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଆସିଥିଲେ ଏବଂ ବିଦ୍ୟାଳୟର ଶହେ ବର୍ଷ ପୂର୍ତ୍ତି ଅବସରରେ ୨୦୦୬ ଡିସେମ୍ବର ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶତବାର୍ଷିକୀ ଉତ୍ସବର ଶୁଭାରମ୍ଭ କରିଥିଲେ । ଉକ୍ତ ଅଭୁଲା ସ୍ମୃତିକୁ ଜୀବନ୍ତ ରଖିବା ପାଇଁ ଡିସେମ୍ବର ୧୧ ମୁଖ୍ୟମନ୍ତ୍ରୀଙ୍କ ପଦାର୍ପଣ ଦିବସକୁ ଶତବାର୍ଷିକୀ ସ୍ମାରକୀ ପକେଇବାକୁ ଉକ୍ତ ସ୍ମାରକୀ ଉତ୍ସବ ଭାବେ ପାଳନ କରି ଆସୁଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶେଣୀ ପର୍ଯ୍ୟନ୍ତ ଥିବା ବେଳେ ୧୦୮ ଜଣ ଛାତ୍ରଛାତ୍ରୀଙ୍କୁ ଜଣେ ଶିକ୍ଷକ ଓ ଦୁଇ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ବିଦ୍ୟାଳୟର ପୁରାତନ ଶ୍ରେଣୀଗୃହ ଦୁଇଟି ନଷ୍ଟ ହୋଇଯାଇଛି, ସ୍କୁଲ ପାଇଁ ପାଚେରୀ ଦରକାର ଅଛି । ବିଡମ୍ବନାର ବିଷୟ ଯେ, ଶିକ୍ଷକ ଅଭାବ ପୂରଣ, ଉକ୍ତ ସ୍କୁଲକୁ ଉପଗ୍ରେଡ, ନୂତନ ଶ୍ରେଣୀ ଗୃହ ପାଇଁ ଅନେକ ଥର କତ୍ତୃପକ୍ଷ, ଶିକ୍ଷା ଅଧିକାରୀ ଓ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେବଳ ପ୍ରତିଶୃତି ଛଡା କିଛି ସୁଫଳ ମିଳୁନି । ଆଜିର ଶତବାର୍ଷିକୀ ସ୍ମାରକୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସହଶିକ୍ଷା ଅଧିକାରୀ ଜୟସେନ ନିଆଲ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ସହଦେବ ପାଢ଼ୀ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କେତକୀ ଦଣ୍ଡିଆ, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ବିଶ୍ଵାମିତ୍ର ଦଣ୍ଡସେନା, ନାଏବ ସରପଞ୍ଚ ବିରାଟ ମୁଣ୍ଡଛିନା, ସମାଜସେବୀ ସୁଦର୍ଶନ ଦଣ୍ଡିଆ, ସି.ଆର.ସି.ସି. ବସନ୍ତ ଦଣ୍ଡିଆ, ହିମାଦ୍ରୀ ଭୋଇ, ବିରେନ୍ଦ୍ର ରଥ, ସାମ୍ବାଦିକ ପ୍ରଦୀପ କୁମାର ସାହୁ ଓ ସନ୍ତୋଷ ଦଣ୍ଡସେନା ଯୋଗ ଦେଇ ଥିଲେ । ସ୍କୁଲ ପ୍ରତି ଓ ମଦନପୁର ଅଞ୍ଚଳର ବିକାଶ ପାଇଁ ବିଶେଷ ଅବଦାନ ଥିବା ସ୍ୱର୍ଗତ ଅଶ୍ୱସ୍ତମା ଦଣ୍ଡିଆଙ୍କୁ ମନେ ପକାଇ ନିରବ ପ୍ରାର୍ଥନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ପାଇଁ କରାଯାଇଥିବା ପ୍ରତିଯୋଗିତା ଓ ମନଛୁଆଁ ତଥା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ସ୍କୁଲ ପ୍ରଧାନ ଶିକ୍ଷକ ରମେଶ ସାହୁ ବିବରଣୀ ପଠନ କରିଥିବା ବେଳେ କବିଚନ୍ଦ୍ରପୁର ବିଦ୍ୟାଳୟ ଶିକ୍ଷକ ଚନ୍ଦନ ଛାତ୍ରିଆ ମଞ୍ଚ ପରିଚାଳନା ଓ ଶିକ୍ଷୟିତ୍ରୀ ପ୍ରିୟତମା ସାହୁ, ମମତା ସୁନା ଓ ସ୍କୁଲ ପରିଚଳନା କମିଟିର ସଦସ୍ୟ ମାନେ ସାହାଯ୍ୟ ସହଯୋଗ କରିଥିଲେ । ଉକ୍ତ ବିଦ୍ୟାଳୟର ସମସ୍ୟାକୁ ନେଇ ସହଶିକ୍ଷା ଅଧକାରୀ ଜୟସେନ ନିଆଲ କହିଛନ୍ତି, ଜାନୁଆରୀ ୨୦୨୩ ସୁଦ୍ଧା ଶିକ୍ଷକ ଅଭାବ ପୂରଣ କରାଯିବ, ଜୁନ ୨୦୨୨ରେ ସ୍କୁଲ ଉପଗ୍ରେଡ ପାଇଁ ଉଚ୍ଚ କତ୍ତୃପକ୍ଷଙ୍କୁ ଜଣାଇଛି ଓ ପାଚେରି ନିର୍ମାଣ ପାଇଁ ସରପଞ୍ଚ ପାଇଁ ସରପଞ୍ଚଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ।

jay balangir
Leave A Reply

Your email address will not be published.

1 × five =

error: Content is protected !!