pakka

ଓଏସ୍‌ଡିଏମ୍‌ଏ ତରଫରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

bbehera

ପିପିଲି, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ପିପିଲି ବ୍ଲକ କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମରେ ଥିବା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର । ଏହି ଶିବିରରେ ବିପର୍ଯ୍ୟୟ ପରିଚାଳନା କମିଟି ମେମ୍ବର ୨୫ ଜଣ, ସନ୍ଧାନ ଓ ଉଦ୍ଧାର ଦଳ ୨୫ ଜଣ ଏବଂ ପ୍ରାଥମିକ ଚିକିତ୍ସା ଦଳ ୨୫ ଜଣଙ୍କୁ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହି ପ୍ରଶିକ୍ଷଣ ଗତ ତା.୭/୧୨/୨୦୨୨ରିଖ ଠାରୁ ଆରମ୍ଭ ହୋଇ ତା.୧୩/୧୨/୨୦୨୨ରିଖରେ ଶେଷ ହେବ । ପିପିଲି ବ୍ଲକରେ ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ‘ଗୋପୀନାଥ ଯୁବକ ସଙ୍ଘ’ର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ ସମସ୍ତ ବ୍ୟବସ୍ଥାକୁ ସୁପରିଚାଳନା କରିଥିଲେ ଏବଂ ପିପିଲି ବ୍ଲକ ସଂଯୋଜକ ଶ୍ରୀମତୀ ସୁଭଲକ୍ଷ୍ମୀ ସେନାପତି ସମସ୍ତ କାଗଜ ପତ୍ର କାର୍ଯ୍ୟ ତୁଲାଇଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ମୋନାଲିଶା ହରିଚନ୍ଦନ ଏବଂ ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁ ପ୍ରସାଦ ଦଳେଇ ସମସ୍ତ ପ୍ରଶିକ୍ଷଣ ପରିଚାଳନା ତଦାରଖ କରିଥିଲେ । ପିପିଲି ବିଡିଓ ଶ୍ରୀମତୀ ରଶ୍ମିତା ନାଥ, ପୁରୀ ଜିଲ୍ଲା ସଂଯୋଜକ ଆଶୁତୋଷ ଦାସ ପ୍ରଶିକ୍ଷଣର ଉଦ୍‌ଘାଟନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣଦାତା ଭାବେ ହିମାଂଶୁ ମହାପାତ୍ର, ବିମଳ ପାଣି, ତୋଫାନ କୁମାର ବେହେରା ଯୋଗଦେଇ ପ୍ରଶିକ୍ଷଣ ଦେଇଥିଲେ ।

Leave A Reply

Your email address will not be published.

2 × 1 =