pakka

ଗଣ୍ତାବାହାଲିଠାରେ ମା’ ତାରିଣୀଙ୍କ ଚୈତ୍ର ପର୍ବ ପାଳିତ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଣ୍ତାବାହାଲି ତାରିଣୀ ପୀଠରେ ଆନନ୍ଦ ଉଲ୍ଲାସରେ ମା’ ତାରିଣୀଙ୍କ ଚୈତ୍ର ପର୍ବ ପାଳିତ ହୋଇଯାଇଛି । ବହୁ ଦୂରଦୂରାନ୍ତରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଆସି ମା’ଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ମାନସିକ ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ ବିଭିନ୍ନ ଜିନିଷ ମା’ଙ୍କଠାରେ ଅର୍ପଣ କରିଛନ୍ତି । ଏହି ଅବସରରେ ପୂଜକ ହିସାବରେ ଆଚାର୍ଯ୍ୟ ହରିଶ୍ଚନ୍ଦ୍ର ଖମାରୀ ତଥା ଯଜ୍ଞକର୍ତ୍ତା ଶ୍ରୀକାନ୍ତ ମେହେର ଓ ତାଙ୍କ ଧର୍ମପତ୍ନୀ ଶୁକଦେଇ ମେହେର କାର୍ଯ୍ୟ ତୁଲାଇଥିଲେ । ସକାଳ ୮ ଘଟିକାରୁ ପୂଜାର୍ଚ୍ଚନା ସହିତ ହୋମ ଯଜ୍ଞ ହେବା ସହିତ ୧ ଘଟିକା ସମୟରେ ତାରିଣୀ ମନ୍ଦିର ପରିଚାଳନା କମିଟି ଦ୍ଵାରା ଅନ୍ନଭୋଗର ଆୟୋଜନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୁଟୁଲୁ ମେହେର, ଅର୍ଜୁନ ମେହେର, ତୁଲସୀରାମ ମେହେର, ପ୍ରେମଲାଲ ଅଗ୍ରୱାଲ, ଜଗବନ୍ଧୁ ମେହେର, ମନୋଜ ମେହେର, ବୈବସୁତ ମେହେର, ପିତବାସ ମେହେର, ନିଶାକାନ୍ତ ମେହେର ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.

5 × 3 =