ପଂଚାୟତସ୍ତରୀୟ ତାଲିମ୍‌ ପାଇଁ ପରାମର୍ଶ ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତସ୍ତରୀୟ ତାଲିମ ପାଇଁ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓରମାସ ଓ ଓଡିଶା ଜୀବିକା ମିଶନର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ହୋଇଥିଲା । ଓରମାସ୍‌ ଦକ୍ଷତା ବିକାଶ ସଂଯୋଜକ ଅଞ୍ଜୁମ୍‌ ସେଠ୍‌ ଓ ବଙ୍ଗୋମୁଣ୍ଡା ଓଡିଶା ଜୀବିକା ମିଶନ ର ବିପିଏମ୍‌ ବିଜୟ ବେହେରା, ବିଏଲସି ସତ୍ୟପ୍ରିୟ ବେହେରା, ଜଗନ୍ନାଥ ପୁଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ବିଭିନ୍ନ ପଂଚାୟତର ଶିକ୍ଷିତ ଯୁବକ ଯୁବତୀ ମାନେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮ ଜଣ ତାଲିମ କରିବା ପାଇଁ ମନୋନୀତ ହୋଇଥିଲେ । ଏଥିରେ ନିଯୁକ୍ତି ସଂସ୍ଥା ର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.