csstore

ଅଂଗନଦୀରେ ପୋଲ ଦାବୀ : ସ୍ଥଳ ପରିଦର୍ଶନ କଲେ ନିର୍ବାହୀ ଯନ୍ତ୍ରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପ ଖଣ୍ତ ଲଖମରା ଚର୍ଦାପାଲି ଠାରେ ଯୋଗାଯୋଗରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଅଂଗନଦୀରେ ପୋଲ ନିର୍ମାଣ ପାଇଁ ଅନେକ ଆନ୍ଦୋଳନ, ଅନଶନ, ଗଣଧାରଣା, ଗଣମାଧ୍ୟମ ପ୍ରତିନିଧି, ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଛି । ବର୍ତ୍ତମାନ କେତେକ ଯୁବ ଆଇନଜୀବୀ ପୋଲ ପାଇଁ ବିଭିନ୍ନ ସ୍ତରକୁ ଯାଇ ଦାବୀ ପୁରଣରେ ଚେଷ୍ଟା କରୁଛନ୍ତି । କେତେକ ସ୍ଥାନରେ ଜଳସେଚନ ବିଭାଗ ପ୍ରତିବନ୍ଧକ ସୃଷ୍ଟି କରୁଥିବା ସନ୍ଦେହକୁ ଦୂର କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ, ଅଙ୍ଗ ନଦୀବନ୍ଧ ଯୋଜନା କାର୍ୟ୍ୟ ନିର୍ବାହୀ ଯନ୍ତ୍ରୀ ସହ ଆଇନ ଜୀବି କେଶବ ସାହୁ, ରାଜେଶ ପ୍ରଧାନ, ଉତ୍ତମ ନାଏକ, ଗଜରାଜ ଡନସନା ପୋଲ ନିର୍ମାଣସ୍ଥଳୀକୁ ପରିଦର୍ଶନ କରିଛନ୍ତି ।ପ୍ରକୃତରେ ଜନ ସାଧାରଣଂକ ଅସୁବିଧା ହୃଦବୋଧ କରି ଉଭୟ ଯନ୍ତ୍ରୀ ଉଚ୍ଚ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାଯାଏ ।

jayashree
Leave A Reply

Your email address will not be published.