ଭୋଗରାଇ ନ୍ୟାୟଧୀଶଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ଗ୍ରାମ୍ଯ ନ୍ୟାୟାଳୟର ନ୍ୟାୟଧୀଶ ସୁଶ୍ରୀ ସ୍ନିଗ୍ଧା ପଣ୍ଡାଙ୍କ ଅନ୍ୟତ୍ର ବଦଳି ଜନିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଆଜି ଭୋଗରାଇ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭୋଗରାଇ ଆଇନଜୀବୀ ପରିଷଦର ସଭାପତି ଗୌରହରି ଘୋଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ସୁନିଲ କୁମାର ଜେନା, ମୁଖ୍ୟବକ୍ତା ଭାବେ ଆଇନଜୀବୀ ରାଜକିଶୋର ଜେନା, ସମ୍ମାନିତ ଅତିଥି ଭାବେ ସରକାରୀ ଓକିଲ ଲିଲେଶ କୁମାର ଜେନା, ସପନ କୁମାର ପାତ୍ର, ଆଇନଜୀବୀ କମଳ ଲୋଚନ ମହାପାତ୍ର, ବିଜନ କୁମାର ଦେ , ହରନାରାୟଣ ପ୍ରହରାଜ, ଜୟକୃଷ୍ଣ ମହାନ୍ତି, ଧନଞ୍ଜୟ ଦତ୍ତ, ପ୍ରଦୀପ୍ତ କିଶୋର ଜେନା, ମଦନ ମୋହନ ପଣ୍ଡା, ଚିନ୍ମୟ କୁମାର ଦତ୍ତ ରାଜକୁମାର ଦାସ , ଅରୁଣ କୁମାର ମହାନ୍ତି ,ଚନ୍ଦନ କୁମାର ଜେନା, ପ୍ରଶାନ୍ତ ଜେନା, ମାନସ ଦାସ, ପ୍ରଶାନ୍ତ ଜେନା, ତପନ ପାତ୍ର ପ୍ରମୁଖ ଆଇନଜୀବୀ ମାନେ ଯୋଗଦେଇ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଏଥିସହ ସମ୍ୱର୍ଦ୍ଧନାର ଉତ୍ତରରେ ନ୍ୟାୟଧୀଶ ସୁଶ୍ରୀ ପଣ୍ଡା ତାଙ୍କର ନ୍ୟାୟିକ ସେବାକାଳ ମଧ୍ୟରେ ଭୋଗରାଇ ସର୍ବୋତ୍ତମ କ୍ଷେତ୍ର ଭାବେ ଅଭିହିତ କରିବା ସହ ପରିଷଦର ସମସ୍ତ ଆଇନଜୀବୀ ମୋ ପରିବାର ସଦସ୍ୟ ଯେଉଁ ମାନଙ୍କୁ ମୁଁ ଛାଡ଼ି ଯାଉଛି ବୋଲି ଭାବ ବିହ୍ଵଳ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କୋର୍ଟର ପେସ୍କାର ଭାସ୍କର ଭଞ୍ଜ, ପଟ୍ଟନାୟକ ବାବୁ ପ୍ରମୁଖ ସମସ୍ତ କର୍ମଚାରୀ ପରିଚାଳନା କରିଥିଲେ ।

Leave A Reply

Your email address will not be published.