ପାଟଣାଗଡ଼ ହତ୍ୟାକାଣ୍ଡ ଘଟଣାରେ ପୂର୍ବ ଶତ୍ରୁତା ହିଁ ମୂଳ କାରଣ : ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପାଟଣାଗଡ଼ରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ଘଟଣା ପଛର ମୂଳ କାରଣ ହେଉଛି ପୂର୍ବ ଶତ୍ରୁତା । ମୃତ ବୁଲୁ ଜାନୀଙ୍କ ଦୂର ସମ୍ପର୍କୀୟ ବାବୁଲା ଜାନୀଙ୍କ ୨ ପୁଅ ବାପାମାଆଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସକୁ କହିଛନ୍ତି ବୁଲୁ ଜାନୀଙ୍କ ୩ ପୁଅ । ତେବେ ଅଭିଯୁକ୍ତ ୨ଜଣଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ । ପୂର୍ବ ଶତ୍ରୁତା ହିଁ ହତ୍ୟାକାଣ୍ଡର ମୂଳ କାରଣ । ମର୍ଡ଼ର ପୂର୍ବରୁ ମୃତକଙ୍କ ପୁଅକୁ ଫୋନ୍ କରି ଧମକ ଦେଇଥିଲେ ଅଭିଯୁକ୍ତ । ବଲାଙ୍ଗିର ପାଟଣାଗଡ଼ରେ ଗୋଟିଏ ପରିବାରର ୬ଜଣଙ୍କୁ ହତ୍ୟା ପଛରେ ରହିଛି ପୂର୍ବ ଶତ୍ରୁତା । ମୃତ ବୁଲୁ ଜାନୀଙ୍କ ଦୂର ସମ୍ପର୍କୀୟ ବାବୁଲା ଜାନୀଙ୍କ ୨ ପୁଅ ବାପାମାଆଙ୍କୁ ହତ୍ୟା କରିଛନ୍ତି ବୋଲି ପୋଲିସକୁ କହିଛନ୍ତି ବୁଲୁ ଜାନୀଙ୍କ ୩ ପୁଅ । ୧୦ବର୍ଷ ତଳେ ଝାରଖଣ୍ଡରୁ ଆସି ପାଟଣାଗଡ଼ ସହରାପଡ଼ାରେ ରହୁଥିଲେ ବୁଲୁ ଜାନୀ । ପରେ ତାଙ୍କରି ସମ୍ପ୍ରଦାୟର ଆଉ ୩/୪ଟି ପରିବାର ଆସି ସେଠାରେ ରହୁଥିଲେ । ମଝିରେ ମଝିରେ ସେମାନଙ୍କ ଭିତରେ ଗଣ୍ଡଗୋଳ ପାଟିତୁଣ୍ଡ ହେଉଥିଲା । ୩/୪ମାସ ତଳେ କିଛି ପରିବାରକୁ ଝଗଡ଼ାଝାଟି କରି ସେଇ ଜାଗାରୁ ଚାଲିଯିବାକୁ ବାଧ୍ୟ କରିଥିଲେ ବୁଲୁ ଜାନୀ । ତେବେ ବୁଲୁ ଜାନୀଙ୍କ ଦୂର ସମ୍ପର୍କୀୟ ବାବୁଲା ଜାନୀଙ୍କ ପରିବାର ବୁଲୁ ଜାନୀଙ୍କ ଘର ପାଖରେ ରହୁଥିଲେ । ତେବେ ଘଟଣା ଦିନ ସକାଳେ ଭୁବନେଶ୍ବରରେ ଥିବା ବୁଲୁ ଜାନୀଙ୍କ ୩ ପୁଅଙ୍କୁ ବାବୁଲା ଜାନୀଙ୍କ ଦୁଇ ପୁଅ ଫୋନ୍ କରି ଆଜି ତୋ ବାପା ମାଆଙ୍କୁ ହତ୍ୟା କରିବୁ ବୋଲି ଧମକ୍ ଦେଇଥିବା ବୁଲୁ ଜାନୀଙ୍କ ପୁଅମାନେ ପୋଲିସକୁ କହିଛନ୍ତି । ସେପଟେ ଦୁଇ ଅଭିଯୁକ୍ତ ଶିବା ଜାନୀ ଓ ଭୋଲା ଜାନୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ପୋଲିସ । କିଛି ଦିନ ତଳେ ବୁଲୁ ଜାନୀଙ୍କ ବଡ଼ ପୁଅ ସଂଗ୍ରାମକୁ ନବରଙ୍ଗପୁର କୋଟପାଡ଼ରେ ବାବୁଲା ଜାନୀ ଓ ତାଙ୍କ ପୁଅ ମାରି ଦେଇଥିବା ଅଭିଯୋଗ କରିଛନ୍ତି ବୁଲୁ ଜାନୀଙ୍କ ପୁଅମାନେ । ତେବେ ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ବୁଲୁ ଜାନୀ ଓ ବାବୁଲା ଜାନୀଙ୍କ ପରିବାର ଭିତରେ ଦୀର୍ଘ ଦିନ ହେବ ଶତ୍ରୁତା ଲାଗି ରହିଥିବା ବେଳେ ପ୍ରତିଶୋଧ ପରାୟଣ ବୋଲି ବାବୁଲା ଜାନୀଙ୍କ ପୁଅମାନେ ବୁଲୁ ଜାନୀ ଓ ତାଙ୍କ ପତ୍ନୀଙ୍କ ସମେତ ୪ ନାବାଳକ ପିଲାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣାରେ ପୋଲିସ ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ତଦନ୍ତରେ କିଏ ଦୋଷୀ ପ୍ରମାଣିତ ହେଉଛନ୍ତି, ତା’ ଉପରେ ରହିଛି ସମସ୍ତଙ୍କ ନଜର ।

Leave A Reply

Your email address will not be published.