pakka

ଆଉ ଶୁଭିବନି ସାରଙ୍ଗୀର ସୁର : ଲୋକ କଳାକାର ବିରଞ୍ଚି ନାଏକଙ୍କ ପରଲୋକ

bbehera

ବଲାଙ୍ଗିର ସଦର, (ରାଜେଶ ଦଣ୍ଡସେନା) : ତିରିଶରୁ ଅଧିକ ବର୍ଷ ଧରି ଲୋକ ସଂଗୀତକୁ ସାରଙ୍ଗୀ ବାଦ୍ୟଯନ୍ତ୍ର ଦ୍ଵାରା ଗୀତ ପରିବେଷଣ କରି ବଲାଙ୍ଗିର ଅଞ୍ଚଳରେ ପରିଚୟ ସୃଷ୍ଟି କରିଥିଲେ ବଲାଙ୍ଗିର ଜିଲ୍ଲା ଦୁଆନପାଲି ଗ୍ରାମର ଲୋକ କଳାକାର ବିରଞ୍ଚି ନାଏକ । ତାଙ୍କର ମଧୁର ଗୀତ ଏବଂ ବାଦ୍ୟ ଲୋକଙ୍କୁ ଖୁବ୍ ମନୋରଞ୍ଜନ ଯୋଗାଉଥିଲା । ହେଲେ ବିରଞ୍ଚି ନାଏକଙ୍କ ଠାରୁ ଆଉ ଶୁଭିବନି ସାରଙ୍ଗୀର ସୁର, ଶୁଣିବାକୁ ମିଳିବନି ଲୋକଗୀତ ।

ସୂଚନା ଅନୁସାରେ ଦୁଇମାସରୁ ଅଧିକ ଦିନ ଧରି ଜଣ୍ଡିସ୍ ରୋଗରେ ପୀଡିତ ଥିଲେ ଶ୍ରୀ ନାଏକ । ହେଲେ ଆଜି ଭୋର୍ ସକାଳ ୬ ଟାରେ ୬୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ସେ ଥିଲେ ବହୁ କଳାର ଅଧିକାରୀ । ସାରଙ୍ଗୀକୁ ଛାଡି ଖଞ୍ଜଣୀ, ମୃଦଙ୍ଗ ସବୁଥିରେ ସେ ଥିଲେ ପାରଙ୍ଗମ । ଭୋରରୁ ଝଟ୍‌କିନା ଉଠିପଡି ସାରଙ୍ଗୀ ଧରି ପାଖ ଗାଁକୁ ଚାଲିଯାଉଥିଲେ ଏବଂ କିଛି ଚାଉଳ ପଇସା ଆଣି ନିଜ କୁଟୁମ୍ବ ଚଲାଉଥିଲେ ଶ୍ରୀ ନାଏକ । ସେ ବଲାଙ୍ଗିର ଲୋକ ମହୋତ୍ସବ ଏବଂ ବିଭିନ୍ନ ମହୋତ୍ସବମାନଙ୍କରେ ତାଙ୍କର ସାରଙ୍ଗୀ ବାଦ୍ୟ ବଜାଇ ବେଶ୍ ଲୋକପ୍ରିୟତା ପାଇଥିଲେ । ଆଜି ଏଭଳି ଏକ କଳାକାରକୁ ହରାଇ ଅଞ୍ଚଳବାସୀ ମର୍ମାହତ ହୋଇ ପଡିଛନ୍ତି ।

jay balangir
Leave A Reply

Your email address will not be published.

3 + ten =