pakka

ଅଜଣା ଗାଡି ଧକ୍କାରେ ଜଣେ ମୃତ : ଘଟଣାସ୍ଥଳରେ ୩ ଜଣ ସରପଞ୍ଚ ପ୍ରାର୍ଥୀ

bbehera

ସଇଁତଲା, (ପ୍ରମୋଦ କୁମାର ସେଲମା) : ଆଜି ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଚଟିଆପଡାର ୨୬ ନମ୍ବର ଜାତୀୟ ରାଜପଥଠାରେ ଭୋର ସକାଳ ସାଢେ ୫ ଘଣ୍ଟା ସମୟରେ ଶୌଚ ଯାଇ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଶିଶକେଲା ଗ୍ରାମର ସାଧୁ ଭୋଇ ବୟସ ୫୮ବୋଲି ଜଣାପଡିଛି । ପ୍ରକାଶ ଯେ, ସଇଁତଲା ସହରର ଚଟିଆପଡା ଗ୍ରାମର ପାଲେ ପରାଭୁଏଙ୍କ ଶ୍ୱଶୁର ସାଧୁ ଭୋଇ ଘରକୁ ଆସିଥିଲେ । ସେ ସବୁ ଦିନ ଭଳି ଭୋରରୁ ଶୌଚ ଯାଇଥିଲେ । ହଠାତ୍‌ ଶୌଚ ଯାଇ ଫେରୁଥିବା ବେଳେ ବଲାଙ୍ଗିର ପଟୁ ଏକ ଅଜଣା ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେଇଥିଲା । ଯାହା ଫଳରେ ସାଧୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଘଟଣାର ଖବର ପାଇ ସଇଁତଲା ଆଇଆଇସି ଅବନୀ ସାହୁଙ୍କ ତତ୍ତ୍ୱାବଧାନରେ ପୋଲିସ ଟିମ୍‌ ପହଂଚି ଶବକୁ ଜବତ କରି ଥାନାରେ କେସ ନଂ ୩୬/୨୨ରେ ଏକ ମାମଲା ରୁଜୁ କରି ଥାନା ଏସ୍‌ଆଇ ପ୍ରସନ୍ନ ନାୟକ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏ ନେଇ ପୋଲିସ ପ୍ରଶାସନ ତରଫରୁ ପରିବାର ଲୋକଙ୍କୁ ରେଡ଼କ୍ରସ ଫଣ୍ଡରୁ ୨୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ମୃତ୍ୟୁ ଖବର ପ୍ରଚାର ହେବା ପରେ ସରପଞ୍ଚ ପ୍ରାର୍ଥୀ ସୁବ୍ରତ ନାଗ, ଭୀମସେନ ସ୍ୱାଇଁ ଓ ଦ୍ୱାରିକା ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।

jay balangir
Leave A Reply

Your email address will not be published.

three × five =