pakka

ନିଶାଖୋର ଯୁବକଙ୍କ ଉନ୍ମତ୍ତ କାଣ୍ଡ : ମୋବାଇଲ ଟାୱାର୍‌ ଉପରେ ଚଢ଼ିଲା, ଚିର୍ଲ୍ଲେଇଲା- ବସନ୍ତୀ କୋ ବୁଲାଓ

bbehera

ଭୋପାଳ : ମଧ୍ୟପ୍ରଦେଶ ଛତରପୁର ଜିଲ୍ଲାର ଚାନ୍ଦଲାରେ ଆଜି ଅପରାହ୍ନ ପାଖାପାଖି ୨ଟା ସମୟରେ ଜଣେ ଯୁବକ ମୋବାଇଲ ଟାୱାର ଉପରେ ଚଢ଼ି ଯାଇଥିଲା । ଏହା ପରେ ସେ ଜୋର୍‌ରେ ପାଟି କରି ବସନ୍ତୀ କୋ ବୁଲାଓ ବୋଲି ବାରମ୍ବାର କହୁଥିଲା । ଏହାଶୁଣି ଆଖପାଖର ଲୋକମାନେ ସେହି ସ୍ଥାନରେ ପହଂଚି ଯାଇଥିଲେ । ଖବର ପାଇ ଚାନ୍ଦଲା ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଂଚି କିଛି ସମୟ ପରିଶ୍ରମ କରିବା ପରେ ଯୁବକକୁ ଟାୱାରରୁ ତଳକୁ ଓହ୍ଲାଇବାକୁ ସମର୍ଥ ହୋଇଥିଲେ । ସେ ବାରମ୍ବାର ବସନ୍ତୀକୁ ଡ଼ାକି ଆଣ ବୋଲି କହୁଥିଲେ । ଚାନ୍ଦଲା ଥାନା ଅଧିକାରୀଙ୍କ ଅନୁସାରେ, ଯୁବକ ନିଶାଦ୍ରବ୍ୟ ସେବନ କରୁଥିବା ପ୍ରବୃତ୍ତିର । ସେ ସବୁବେଳେ ନିଶାରେ ଥାଏ । ଏହା ପୂର୍ବରୁ ବି ଯୁବକ ଏଭଳି କାରନାମା କରିଛି ।

Leave A Reply

Your email address will not be published.

eighteen − thirteen =