pakka

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସାଳୟ ପହଞ୍ଚାଇ ଗୁଡ଼ ସାମରିଟିଏନ୍‌ ପୁରସ୍କାର ପାଇଲେ ଦୁଇ ଯୁବକ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଦୁଇ ଜଣ ଯୁବକଙ୍କୁ ଗୁଡ଼ ସାମରିଟିଏନ୍‌ ପୁରସ୍କାର ପ୍ରଦାନ କରାଯାଇଛି । ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଆପତ୍ତକାଳୀନ ସେବା ପ୍ରଦାନ କରିଥିବାରୁ ଉତ୍ତମ ସାହାଯ୍ୟକାରୀ ବ୍ୟକ୍ତି ହିସାବରେ ବରଗଡ଼ ସଂକଳ୍ପ ପରିବାରର ସଂଯୋଜକ ବିକାଶ ଅଗ୍ରୱାଲ ଓ ଅମ୍ବାଭୋନା ଗ୍ରାମର ଅଭୟ କୁମାର ପଣ୍ଡାଙ୍କୁ ଆଜି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁଙ୍କ ଉପସ୍ଥିତିରେ ପ୍ରସଂଶା ପତ୍ର ସହ ପ୍ରସାହନ ରାଶି ପ୍ରଦାନ କରିଛନ୍ତି । ଜଣେ ବ୍ୟକ୍ତି ନିଃସ୍ୱାର୍ଥପର ଭାବରେ କୌଣସି ପ୍ରସାହନ ରାଶି ବା ପୁରସ୍କାରର ଆଶା ନରଖି, ବା ଆହତ ବ୍ୟକ୍ତିଙ୍କ ସହିତ ନିଜର କୌଣସି ସମ୍ପର୍କ ନଥାଇ ମଧ୍ୟ ତାଙ୍କୁ ଆପତ୍ତକାଳୀନ ସମୟରେ ଚିକିତ୍ସାଳୟ ପହଞ୍ଚାଇ ଥାଏ ତା’ ହେଲେ ଏହି ପୁରସ୍କାରଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ । ତେବେ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ହଜାର ଟଙ୍କା ସହିତ ପ୍ରସଂଶା ପତ୍ର ଦିଆଯାଉଥିବା ବେଳେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପାଞ୍ଚ ହଜାର ଟଙ୍କା ସହିତ ସମ୍ମାନ ପତ୍ର ପ୍ରଦାନ କରାଯାଇଥାଏ । ପୂର୍ବରୁ ଲୋକେ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ବିଭିନ୍ନ କୋଟ କଚେରୀ ମାମଲାରେ ଛନ୍ଦି ହେଉଥିବା କାରଣରୁ ସାହାଯ୍ୟ କରିବା ପାଇଁ ଲୋକେ ପଛଘୁଞ୍ଚା ଦେଉଥିଲେ ଯାହା ଫଳରେ ଅଯଥାରେ ଅନେକ ଲୋକ ମୃତ୍ୟୁର ଶିକାର ହେଉଥିଲେ । ତେବେ ବର୍ତମାନ ସମୟରେ ସରକାରଙ୍କ ନୂତନ ନିୟମ ଅନୁଯାୟୀ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଆପାତ୍ତକାଳୀନ ସେବା ପ୍ରଦାନ କରୁଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି କୋର୍ଟ କଚେରୀ ମାମଲାରେ ଅଂଶୀଦାର ନକରି ତାଙ୍କୁ ପ୍ରସାହନ ରାଶି ସହିତ ସମ୍ମାନ ପତ୍ର ପ୍ରଦାନ କରି ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ପୁରସ୍କାର ପ୍ରଦାନ କରାଯାଉଛି ।

jay balangir
Leave A Reply

Your email address will not be published.

2 × one =