pakka

ବୌଦ୍ଧ ଜୋନ ନଂ ୪ରେ ସୁନାକଳସ କାହା ମୁଣ୍ଡରେ, ଦେଖିବାକୁ ବାକି ରହିଲା

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଚାର ଆରମ୍ଭ ହୋଇଥିବା ବେଳେ ୮ଟି ପଞ୍ଚାୟତକୁ ନେଇ ଗଠିତ ୪ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ବାଉଁଶୁଣି ଅଞ୍ଚଳରେ ମଧ୍ୟ ନିର୍ବାଚନ ପ୍ରଚାର ଜମି ଆସିଲାଣି । ୪ନଂ ଜୋନ୍‌ରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡିରୁ ବୟଜୈନ୍ତି ପ୍ରଧାନ, ବିଜେପିରୁ ଇଂ ରାକେଶ ତ୍ରିପାଠୀ, କଂଗ୍ରେସରୁ ରଘୁନାଥ ପଲିଆ ଓ ଜଣେ ସ୍ୱାଧୀନ ପ୍ରାର୍ଥୀ ଶେଷ ସାହୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଏଠି ମାଳ ମାଳ ନିର୍ବାଚନୀ ମୁଦ୍ଦା ରହିଥିବା ବେଳେ ଶଗଡା ଅଞ୍ଚଳର ଶ୍ରୀମତୀ ପ୍ରଧାନ ରାଜନୀତିରେ ନବାଗତା ହେଲେ ମଧ୍ୟ ବର୍ତ୍ତମାନ ସେ ଏହି ଜୋନ୍‌ରେ ଗାଁ ଗାଁ ବୁଲି ଶାସକ ଦଳର ଲୋକାଭିମୁଖୀ ଓ ଜନ କଲ୍ୟାଣକାରୀ ଯୋଜନାଗୁଡିକୁ ଭୋଟରଙ୍କ ନିକଟରେ ଉପସ୍ଥାପନ କରି ଘରକୁ ଘର ଯାଇ ନିଜ ପାଇଁ ଭୋଟ ମାଗୁଥିବାର ଦେଖିବାକୁ ମିଳିଛି । ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଥିବା ଇଂ ରାକେଶ ତ୍ରିପାଠୀ ଜଣେ ଉଚ୍ଚ ଶିକ୍ଷିତ ଯୁବପ୍ରାର୍ଥୀ । ଦିଲ୍ଲୀରେ ଏକ କମ୍ପାନୀରେ ଚାକିରି କରୁଥିଲେ । କମ୍ପାନୀର ମୋଟା ଅଙ୍କର ଦରମାକୁ ଛାଡି ୨୦୧୭ ମସିହାରେ ସେ ବିଜେପି ଦଳରେ ଯୋଗ ଦେଇଥିଲେ । ଶ୍ରୀ ତ୍ରିପାଠୀ କମ୍ପାନୀ ଚାକିରି ଛାଡି ବାଉଁଶୁଣି ଅଞ୍ଚଳରେ ଫୁଟ୍‌ବଲ, କ୍ରିକେଟ ଭଳି ବିଭିନ୍ନ କ୍ରୀଡା ସଙ୍ଗଠନ ଓ ରାମଲୀଳା, କୃଷ୍ଣଲୀଳା, ଧନୁଯାତ୍ରା ପରି ସାଂସ୍କୃତିକ ଅନୁଷ୍ଠାନ ସହିତ ଧାରାବାହିକ ଭାବେ ସେ ଯୋଡି ହୋଇ ରହିଛନ୍ତି ।ଏହାଛଡା ବିଭିନ୍ନ ସମୟରେ ଅସହାୟ ଲୋକଙ୍କୁ ସହାୟତା କରିବା ଏବଂ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢାରେ ଆର୍ଥିକ ସାହାଯ୍ୟ କରି ଆସୁଛନ୍ତି । ଏହା ବ୍ୟତୀତ ବାଉଁଶୁଣି ସ୍ଥିତ ନିଜ ବାସଭବନଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ମାନ ଆୟୋଜନ କରି ଅଞ୍ଚଳରେ ବେଶ ପରିଚିତ ହୋଇଛନ୍ତି । ତେବେ ବର୍ତ୍ତମାନ ସେ ଅଞ୍ଚଳର ସାମୁହିକ ବିକାଶ କଥା କହିବା ସହ ଲୋକଙ୍କ ଦୁଃଖ ସୁଖର ସାଥୀ ହେବାର କଥା କହି ଏହି ଜୋନ୍‌ର ବିଭିନ୍ନ ଗାଁ ବୁଲି ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । କଂଗ୍ରେସରୁ  ପ୍ରାର୍ଥୀ ହୋଇଥିବା ରଘୁନାଥ ପଲିଆ ମଧ୍ୟ ପୂର୍ବରୁ ବହୁ ସ୍ବେଛାସେବୀ ଅନୁଷ୍ଠାନ ଓ ସଙ୍ଗଠନ ସହିତ ଜଡିତ ରହିଥିବା ଯୁବପ୍ରାର୍ଥୀ ଅଟନ୍ତି । ବର୍ତ୍ତମାନ ସେ ମଧ୍ୟ ବିଭିନ୍ନ ଗ୍ରାମରେ ବୈଠକ ମାନ ଆୟୋଜନ କରିବା ସହିତ ଗାଁର ଲୋକମାନଙ୍କୁ ନିଜ ପାଇଁ ଭୋଟ ଭିକ୍ଷା କରୁଥିବା ଦେଖାଯାଇଛି । ଏହି ଜୋନ୍‌ରେ ମୁଖ୍ୟତଃ ତ୍ରିମୁଖୀ ଲଢେଇ ହେବ ବୋଲି ଆଲୋଚନା ହେଉଥିବା ବେଳେ ଭୋଟର କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା ଆଗାମୀ ସମୟ କହିବ ବୋଲି କୁହାଯାଉଛି ।

jay balangir
Leave A Reply

Your email address will not be published.

4 + twelve =

error: Content is protected !!