ଦେଓଗାଁ ବ୍ଲକ କାର୍ଯ୍ୟାଳୟ ରାସ୍ତା ଓଭରବ୍ରିଜ ତଳେ ଆଣ୍ଠୁଏ ପାଣି, ଯାତାୟତରେ ବ୍ୟାହତ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଲଗାଣ ବର୍ଷା ଯୋଗୁଁ ଦେଓଗାଁ ବ୍ଲକ୍ କାର୍ଯ୍ୟାଳୟ ରାସ୍ତାର ରେଲୱେ ଓଭରବ୍ରିଜ ତଳେ ଆଣ୍ଠୁଏରୁ ଅଧିକ ପାଣି ଜମି ରହିଥିଲା । ଫଳରେ ଯାତ୍ରୀମାନେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହାସହ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁକୁ ଯିବାକୁ ଥିବା ରାସ୍ତାରେ ଥିବା ଓଭରବ୍ରିଜ ତଳେ ମଧ୍ୟ ପାଣି ଜମି ରହିଥିବାରୁ ବର୍ଷା ହେବା ମାତ୍ରକେ ଗ୍ରାମବାସୀ ଗାଁରୁ ବାହାରକୁ ଆସିବାରେ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏଠାରୁ ବର୍ଷା ଜଳ ନିଷ୍କାସନ ପାଇଁ ଥିବା ରାସ୍ତାକୁ ସଫା କରିବାକୁ ଦାବୀ ହେଉଛି ।

Leave A Reply

Your email address will not be published.

three + 7 =