pakka

ମେଣ୍ଡା ପଞ୍ଚାୟତରେ ପିଇବା ପାଣି ପାଇଁ ସମସ୍ତେ ଡହକବିକଳ

bbehera

ତରଭା : ତରଭା ବ୍ଲକ ଅନ୍ତର୍ଗତ ମେଣ୍ଡା ଗ୍ରାମ ହେଉଛି ସର୍ବବୃହତ ପଞ୍ଚାୟତ । ଏହି ୧୪ଟି ଓ୍ବାର୍ଡ ଓ ସାତ ହଜାରରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଗ୍ରାମ ପଞ୍ଚାୟତରେ ଖରା ଦିନ ଆସିଗଲେ ପିଇବା ପାଣି ପାଇଁ ସମସ୍ତେ ହନ୍ତସନ୍ତ ହୋଇ ଡହକବିକଳ ହେଉଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଏହି ପଞ୍ଚାୟତରେ ପାଖାପାଖି ପଚାଶ ବର୍ଷ ହୋଇଯିବ ଗ୍ରାମ ସଂଲଗ୍ନ ସୁକତେଲ ନଦୀର ଇନଟେକ କୂପରୁ ଗ୍ରାମର ସମସ୍ତ ପଡାକୁ ଜଳ ଯୋଗାଣ ହେଉଛି ମାତ୍ର କିଛି ବର୍ଷ ହେବ ଖରା ମାସ ଆରମ୍ଭରୁ କୂଅରେ ପାଣି ହେଉନାହିଁ ଏବଂ ୧୦ରୁ ୧୫ ମିନିଟ୍‌ ପମ୍ପ ଚାଲିଲେ କୂଅରୁ ପାଣି ସୁଖି ଯାଉଛି । ଯାହା ଫଳରେ ଏତେ ଜନସଂଖ୍ୟା ବିଶିଷ୍ଟ ଗ୍ରାମକୁ ପାଣି ସମୁଦ୍ରକୁ ସଂଖେ ହେଉଛି ଏବଂ ପାଣି ପାଇପ ଗୁଡିକ ବହୁତ ପୁରୁଣା ହୋଇ ବାଲି ଭର୍ତ୍ତି ହୋଇଯାଇଛି । ଗ୍ରାମର ଉପରି ପାଖରେ ଥିବା ଓଭର ହେଡ ପାଣି ଟ୍ୟାଙ୍କରେ ମଧ୍ୟ ପାଣି ହେଉନାହିଁ । ବସୁଧା ଯୋଜନାରେ ନୂଆ ପାଇପ କାମ ଦୁଇ ବର୍ଷରୁ ଅଧିକ ହେବ ଚାଲିଛି କିନ୍ତୁ କାମ ସରୁ ନାହିଁ । ବର୍ଷେ ହେବ ଆଉ ଗୋଟିଏ ଓଭର ହେଡ ପାଣି ଟ୍ୟାଙ୍କ ପଞ୍ଚାୟତର ଖଗସାକନା ଗ୍ରାମରେ ହୋଇଛି ଏହା ଦ୍ବାରା କିଛି ଦିନ ହେବ ନାଏକ ଗୋଠ, ଖଗସାକନା ଓ ଅନ୍ୟାନ୍ୟ ଗୋଠମାନଙ୍କୁ ସୁକତେଲ ନଦୀରୁ ଜଳ ଯୋଗାଣର ବ୍ୟବସ୍ଥା ହେଉଥିଲା ମାତ୍ର ଦଶ ଦିନରୁ ଅଧିକ ହେବ ଏହା ସଂପୂର୍ଣ୍ଣ ବନ୍ଦ ରହିଛି । ଯାହାଫଳରେ ନଳକୂପରୁ ଓ ଅନ୍ୟାନ୍ୟଠାରୁ ପାଣି ଆଣିବା ପାଇଁ ପ୍ରବଳ ଖରାରେ ଭିଡ ଲାଗିରହୁଛି । ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗ ଓ ପଞ୍ଚାୟତ ମେଣ୍ଡା ଗ୍ରାମରେ ଜଳ ଯୋଗାଣ ପାଇଁ ବିଶେଷ ପଦକ୍ଷେପ ନେଉନଥିବା ଜନ ସାଧାରଣ ଅଭିଯୋଗ କରିଛନ୍ତି ଏବଂ ଜନସାଧାରଣଙ୍କ ଦୁର୍ଦ୍ଦଶା ପାଣି ପାଇଁ ବଢି ଚାଲିଛି । ତରଭା ସ୍ଥିତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ରବିନ୍ଦ୍ର ସାହୁଙ୍କୁ ଯୋଗାଯୋଗ କଲେ ସେ ଫୋନ ଉଠାଉ ନଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

5 × 1 =